ପୁରୀ ବାସିନ୍ଦାଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲ : ଶ୍ରୀଜଗନ୍ନାଥ ସେନା
ପୁରୀ : ଶ୍ରୀମନ୍ଦିର ସମସ୍ତ ଦ୍ୱାର ପଟେ ପୁରୀ ବାସିନ୍ଦା ଙ୍କୁ ପ୍ରବେଶ ଅନୁମତି ଦାବି କରିଛି ଶ୍ରୀଜଗନ୍ନାଥ ସେନା । ଏହି ମର୍ମ ରେ ଏକ ସ୍ମାରକପତ୍ର ପୋଲିସ ଡିଜି ଙ୍କୁ ପୁରୀ ଏସ୍ପି ଙ୍କ ଜରିଆରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଦିଆଯାଇଛି । ଶ୍ରୀଜଗନ୍ନାଥ ସେନା କହିଛି ଯେ ପୁରୀ ବାସିନ୍ଦା ଙ୍କ ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ । ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ କରି ନିତିଦିନିଆ କାର୍ଯ୍ୟ କରନ୍ତି ପୁରୀ ସହର ବାସି । ହେଲେ ପ୍ରଶାସନ ପକ୍ଷରୁ କ୍ୱେଳ ଶ୍ରୀମନ୍ଦିର ସିଂହ ଦ୍ୱାର ଦେଇ ପ୍ରବେଶ ଅନୁମତି ନୀୟମ ପରେ ପୁରୀ ବାସିନ୍ଦା ପ୍ରତଦିନ ମହାପ୍ରଭୁଙ୍କ ଦର୍ଶନ ରୁ ବଂଚିତ ହେଉଛନ୍ତି । ପୁରୀ ବାହାରୁ ଆସୁଥିବା ଯାତ୍ରୀଙ୍କ ସହ ଲାଇନ ରେ ଠିଆ ହୋଇ ଦିର୍ଘ ସମୟ ଅପେକ୍ଷା ପରେ ମହାପ୍ରଭୁଙ୍କ ଦର୍ଶନ ଲାଭ କରୁଛନ୍ତି ।
ସେହିପରି ମହା ପ୍ରସାଦ ଟିକେ ଆଣିବାକୁ ଘଂଟା ଘଂଟା ସମୟ ଲାଗୁଚି । ବୁଢ଼ା ବୁଢୀ ମାନେ ଲାଇନ ରେ ଠିଆ ହୋଇ ପାରୁ ନାହାଁନ୍ତି । ଫଳରେ ବୟସ୍କ ଲୋକ ମାନେ ମହାପ୍ରଭୁଙ୍କ ଦର୍ଶନ ରୁ ବଂଚିତ ହେଉଛନ୍ତି । ଶ୍ରୀମନ୍ଦିର ହେଉଛି ପୁରୀ ବାସିନ୍ଦା ଙ୍କ ଗାଁ ରେ ଥିବା ମନ୍ଦିର ଭଳି । ନିଜ ଗାଁ ମନ୍ଦିର କୁ କଣ ଯିବା ପାଇଁ ପୁରୀ ବାସିନ୍ଦା ଙ୍କୁ ଅନ୍ୟ ଯାତ୍ରୀ ଙ୍କ ସହ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡିବ ବୋଲି ଶ୍ରୀଜଗନ୍ନାଥ ସେନା ପ୍ରଶ୍ନ କରିଛି । ପୂର୍ବରୁ ଶ୍ରୀମନ୍ଦିର ସମସ୍ତ ଦ୍ୱାର ରେ ପୁରୀ ବାସିନ୍ଦା ଆଧାର କାର୍ଡ଼ କିମ୍ବା ପରିଚୟ ପତ୍ର ଦେଖାଇ ମହାପ୍ରଭୁଙ୍କ ଦର୍ଶନ କରୁଥିଲେ । ଯାହାକି ପ୍ରଶାସନ ବନ୍ଦ କରିଦେଇଛି । ଏହି ନୀୟମ ଲାଗୁ ନେଇ ଗତ ୨୦୧୮ ଅକ୍ଟୋବର ୩ ରେ ପୁରୀ ରେ ହିଂସାକାଣ୍ଡ ଘଟିଥିଲା । ପରେ ସରକାର ପୁରୀ ବାସିନ୍ଦା ଙ୍କ ପାଇଁ ନିୟମ ବଦଳାଇ ସମସ୍ତ ଦ୍ୱାର ରେ ପ୍ରବେଶ ଅନୁମତି ଦେଲେ । ହେଲେ ପୁଣି ସରକାର କଟକଣା ଲାଗୁ କରିବା ପରେ ପୁରୀ ସହର ବାସୀ ଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଯଦି ସରକାର ପୁରୀ ବାସି ଙ୍କୁ ଶ୍ରୀମନ୍ଦିର ର ସମସ୍ତ ଦ୍ୱାର ରେ ପ୍ରବେଶ ଅନୁମତି ନ ଦିଅନ୍ତି ଶ୍ରୀଜଗନ୍ନାଥ ସେନା ବାଧ୍ୟ ହୋଇ ନଭେମ୍ବର ମାସରେ ପୁରୀ ବନ୍ଦ ଡାକରା ଦେବ । ସେତେବେଳେ ଯେଉଁ ସ୍ଥିତି ଉପୁଜିବ ପ୍ରଶାସନ ଓ ସରକାର ଦାୟୀ ରହିବେ ବୋଲି ଶ୍ରୀଜଗନ୍ନାଥ ସେନା ଚେତାବନୀ ଦେଇଛି ।
