ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ଫାଶରେ ପଡ଼ି ଜଣେ ମୃତ
କଳାହାଣ୍ଡି : କଳାହାଣ୍ଡି ଥୁଆମୂଳ-ରାମପୁରରେ ଅଭାବନୀୟ ଘଟଣା । ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ଫାଶରେ ପଡ଼ି ଜଣେ ବ୍ୟକ୍ତି ମୃତ । ଖବରପାଇ ଥୁଆମୁଳ ରାମପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରହିଛି ।
ସୂଚନା ଯେ, ଥୁଆମୂଳ ରାମପୁର ଥାନା ବଡଛତ୍ରଙ୍ଗ ଗାଁର ମହେନ୍ଦ୍ର ନାଏକ (୩୫) ଘର ନିର୍ମାଣ ପାଇଁ କାଠ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥିଲେ । ତେବେ ବିଦ୍ୟୁତ ଫାଶରେ ପଡ଼ି ସେ ପ୍ରାଣ ହରାଇଥିଲେ । ତାଙ୍କ ମୃତଦେହ ବଡଛତ୍ରଙ୍ଗ ତାସିଗୁଡା ମୁଖ୍ୟ ରାସ୍ତାକଡ ପଡିଆ ବିଜୁଳି ଖୁଣ୍ଟ ନିକଟରୁ ଉଦ୍ଧାର କରାଯାଇଛି। ତେବେ ଘଟଣାସ୍ଥଳରୁ ବାରହା ଶିକାର ପାଇଁ ବିଛାଯାଇଥିବା ତାର ଦେଖିବାକୁ ମିଳିଛି ।
