ଗୋଠଛଡ଼ା ହାତୀଙ୍କ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
ବାରିପଦା : ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଓ ବାଦମପାହାଡ଼ ରେଞ୍ଜରେ ଗୋଠଛଡ଼ା ହାତୀଙ୍କ ଉପଦ୍ରବ । ଭିନ୍ନ ଭିନ୍ନ ସ୍ଥାନରେ ଏହି ଗୋଠଛଡ଼ା ହାତୀଙ୍କ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି ।
ସୂଚନା ଯେ, ବାଦମପାହାଡ଼ ରେଞ୍ଜ ଟିଆକାଟି ଗ୍ରାମର ସୁଖୀ ବାସ୍କେ ନାମକ ବୃଦ୍ଧା ୩/୪ ଜଣ ଅନ୍ୟ ମହିଳାଙ୍କ ସହିତ ଛତୁ ସଂଗ୍ରହ କରିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ମାତ୍ର ଜଙ୍ଗଲରେ ଦୁଇଟି ଗୋଠଛଡ଼ା ହାତୀଙ୍କ ହାବୁଡ଼ରେ ସେମାନେ ସମସ୍ତେ ପଡ଼ିଥିଲେ। ଅନ୍ୟମାନେ ଦୌଡ଼ି ପଳାଇଥିଲା ବେଳେ ସୁଖୀଙ୍କୁ ହାତୀ କଚାଡି ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି ରାଇରଙ୍ଗପୁର ବନାଞ୍ଚଳ ଖଣ୍ଡା ଡେରା ଗ୍ରାମ ନିକଟରେ ଶୌଚ ହେବାକୁ ଯିବା ସମୟରେ ସାଉନା ମାରାଣ୍ଡି ନାମକ ଜଣେ ବ୍ୟକ୍ତି ହାତୀ ଆକ୍ରମଣର ଶିକାର ହୋଇଥିଲେ । ସାଉନାଙ୍କ ଛାତି ଓ ମୁଣ୍ଡରେ ଆଘାତ ଲାଗିଛି । ତାଙ୍କୁ ଉଦ୍ଧାର କରାଯାଇ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବରପାଇ ଜଙ୍ଗଲ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
