ରୋମାଞ୍ଚକର ହେବ ଦିନିକିଆ ବିଶ୍ୱକପ : ଭାଗ ନେବେ ୧୪ ଟିମ୍
ଦୁବାଇ : ରୋମାଞ୍ଚକର ହେବ ଦିନିକିଆ ବିଶ୍ୱକପ। ଆଇସିସି ଏହାକୁ ନେଇ ବଡ଼ ନିଷ୍ପତ୍ତି ନେଇଛି। ୨୦୨୭ରେ ହେବାକୁଥିବା ଦିନିକିଆ ବିଶ୍ୱକପରେ ୧୦ ବଦଳରେ ୧୪ ଟିମ୍ ଭାଗ ନେବେ। ଟପ୍-୧୦ ଟିମ୍ ରାଙ୍କିଙ୍ଗ ଆଧାରରେ କ୍ୱାଲିଫାଏ କରିବେ। ତେବେ ବାକି ୪ ଟିମ୍ କ୍ୱାଲିଫାୟର ଆଧାରରେ ଟୁର୍ଣ୍ଣାମେଣ୍ଟରେ ଏଣ୍ଟ୍ରୀ କରିବେ।
ଦିନିକିଆ ବିଶ୍ଵ କପ୍ର ରୋମାଞ୍ଚ ବଢିବାକୁ ଯାଉଛି। ଏହାକୁ ନେଇ ଆଇସିସି ନେଇଛି ବଡ ନିଷ୍ପତ୍ତି । ୨୦୨୭ରେ ହେବାକୁ ଥିବା ବିଶ୍ଵ କପ୍ରେ ୧୦ ପରିବର୍ତ୍ତେ ମଇଦାନକୁ ଓହ୍ଲାଇବେ ୧୪ ଦଳ। ଶୀର୍ଷ ୧୦ଟି ଦଳ ରାଙ୍କିଙ୍ଗ୍ ହିସାବରେ ଯୋଗ୍ୟତା ଅର୍ଜନ କରିବେ ଏବଂ ବାକି ୪ ଅନ୍ୟ ଦଳ କ୍ଵାଲିଫାୟ ଆଧାରରେ ଟୁର୍ଣ୍ଣାମେଣ୍ଟରେ ପ୍ରବେଶ କରିବେ। ୨୦୨୩ ବିଶ୍ଵ କପ୍ ୧୦ଟି ଦଳକୁ ନେଇ ଆୟୋଜନ ହେଉଥିବା ବେଳେ ଏଥିପାଇଁ ଦିନିକିଆ ସୁପର ଲିଗ୍ ଖେଳାଯାଉଛି। ଛୋଟ ଛୋଟ ଦେଶଗୁଡିକୁ ବଡ ଇଭେଣ୍ଟରେ ଯୋଡିବା ପାଇଁ ଆଇସିସି ଏହି ନିଷ୍ପତ୍ତି ନେଇଛି। ଆଇସିସି ୨୦୨୭ରେ ଖେଳାଯିବାକୁ ଥିବା ବିଶ୍ଵ କପ୍ର ପରିବର୍ତ୍ତନକୁ ମଞ୍ଜୁରୀ ଦେଇଛି। ୨୦୨୩ ବିଶ୍ଵ କପ୍ ପାଇଁ ଆଇସିସି ୧୩ଟି ଦଳ ମଧ୍ୟରେ ସୁପର ଲିଗ୍ ଆରମ୍ଭ କରିଥିଲା। ଏଥିରେ ୧୨ ପୂର୍ଣ୍ଣ ସଦସ୍ୟଙ୍କ ବ୍ୟତୀତ ନେଦରଲାଣ୍ଡଙ୍କୁ ସୁଯୋଗ ଦିଆଯାଇଛି। ପ୍ରତିଟି ଦଳ ୮ ସିରିଜ୍ ଖେଳିବେ। ୪ଟି ସିରିଜ୍ ଘରୋଇ ଗ୍ରାଉଣ୍ଡ ଏବଂ ୪ ବିଦେଶରେ ଖେଳିବେ। ମାତ୍ର ଏହି ନିୟମ ଶେଷ କରାଯାଇ ୨୦୨୭ରେ ଦଳ ସଂଖ୍ୟା ବୃଦ୍ଧି କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ୨୦୨୭ ବିଶ୍ଵ କପ୍ ଆୟୋଜନ ଅଧିକାର ଜିମ୍ବାଓ୍ଵେ, ନାମିବିୟା ଓ ଦକ୍ଷିଣ ଆଫ୍ରିକାକୁ ମିଳିଛି। ନାମିବିୟା ପରି ସହଯୋଗୀ ଦେଶକୁ ଯୋଡିବାର ଅର୍ଥ ଛୋଟ ଦେଶର ପ୍ରଶଂସକ ମଧ୍ୟ ଆଖି ସାମ୍ନାରେ ବଡ ଟୁର୍ଣ୍ଣାମେଣ୍ଟ ଦେଖି ପାରିବେ। ଗତ ଦିନରେ ଟି-୨୦ ବିଶ୍ଵ କପ୍ର ଆୟୋଜନ ୟୁଏଇ ବ୍ୟତୀତ ଓମାନରେ କରାଯାଇଥିଲା।
