ଦେଢ଼ କୁଇଣ୍ଟାଲ ଭାଙ୍ଗ ଜବତ, ୧ ମହିଳା ଗିରଫ
ଯାଜପୁର : ଯାଜପୁର ଅବକାରୀ ବିଭାଗର ଭ୍ରାମ୍ୟମାଣ ଟିମ ପକ୍ଷରୁ ଯାଜପୁର ରୋଡ଼ ରେଳ ଷ୍ଟେସନ ଅଂଚଳରୁ ଜଣେ ମହିଳାଙ୍କ ନିକଟରୁ ଦେଢ଼ କୁଇଣ୍ଟାଲ ଭାଙ୍ଗ ଜବତ କରାଯାଇଛି । ଜବତ ଭାଙ୍ଗର ମୂଲ୍ୟ ଦେଢ଼ ଲକ୍ଷ ଟଙ୍କାରୁ ଉଦ୍ଦ୍ୱର୍ ହେବ ବୋଲି ଅନୁମାନ କରାଯାଉଛି । ଶନିବାର ବିହାରରୁ ଏକ ଟ୍ରେନ ଯୋଗେ ଏହି ଭାଙ୍ଗ ଆସୁଥିବା ଖବର ପାଇ ଅବକାରୀ ବିଭାଗ ଇନ୍ସପେକ୍ଟର ସମୀର ମହାନ୍ତିଙ୍କ ନେତୃତ୍ୱରେ ସେଠାରେ ଚଢ଼ାଉ କରାଯାଇଥିଲା । ଭାଙ୍ଗ ଚାଲାଣ କରିବା ଅଭିଯୋଗରେ ବ୍ୟାସନଗର ଚୂନଭାଟି ଅଂଚଳର ସଂଜୁ ବେହେରା ନାମକ ମହିଳାଙ୍କୁ ଗିରଫ କରାଯାଇଛି ବୋଲି ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ । ଆଜି ଅପରାହ୍ନରେ ଅଭିଯୁକ୍ତ ମହିଳାଙ୍କୁ କୋର୍ଟ ଚାଲାଣ କରାଯିବ ।
