ପୁଣି ଥରେ ଦେଖିବାକୁ ମିଳିବ ଧାରାବାହିକ ‘କ୍ୟୁ ଙ୍କି ସାସ୍ ଭି କଭୀ ବହୁ ଥି’
ମୁମ୍ବାଇ : ଟିଭି ସିରିଏଲର ଫେମସ୍ ଶୋ’ ‘କ୍ୟୁଙ୍କି ସାସ୍ ଭି କଭି ବହୁ ଥି ସମସ୍ତଙ୍କ ଘରେ ଘରେ ପରିଚିତ । ଏକତା କପୁରଙ୍କ ଏହି ସିରିଏଲ ବହୁତ ବର୍ଷ ଧରି ଚାଲୁଥିଲା ଦର୍ଶକ ମନରେ ରାଜ କରୁଥିଲା । ଏହି ସୋ’ରେ ସ୍ମୃତି ଇରାନୀକୁ ତୁଳସୀ ନାମରେ ଫେମସ ହୋଇଥିଲେ । ଏ ଧାରାବାହିକ ଲମ୍ବା ହୋଇ ଏତେ ଲୋକ ପ୍ରିୟ ହୋଇଥିଲା ଯେ ଏହାକୁ ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କାରେ ସ୍ଥାନୀୟ ଭାଷାରେ ଡବ୍ କରି ଦେଖାଯାଇଥିଲା। ଶୋ’ରେ ଅମର ଉପାଧ୍ୟାୟଙ୍କ ସହ ତାଙ୍କ ଯୋଡି ବହୁତ ପସନ୍ଦ କରୁଥିଲେ । ପ୍ରତ୍ୟେକ ସନ୍ଧ୍ୟାରେ ଦର୍ଶକ ଆସି ଟିଭି ସାମ୍ନାରେ ବସିପଡୁଥିଲେ। ଏହି ଶୋ’ରେ ନିର୍ମାତା ଏକତା କପୁରଙ୍କ ସହ କିଛି ସ୍ମୃତି ଯୋଡ଼ି ହୋଇ ରହିଛି । ଏକତା କପୁର ଦର୍ଶକଙ୍କୁ ଏକ ଖୁସିଖବର ଦେଇଛନ୍ତି । ପୁଣି ଏହି ଧାରାବାହିକ ଟିଭିରେ ଦେଖାଯିବ । ଏକତା କପୁର ଇନଷ୍ଟାଗ୍ରାମରେ ‘କ୍ୟୁଙ୍କି ସାସ୍ ଭି କଭି ବହୁ ଥି’ର ପ୍ରୋମୋକୁ ସେୟାର କରି ଏକ ପୋଷ୍ଟ ଲେଖିଛନ୍ତି ।
ସେ ଲେଖିଛନ୍ତି କି, ‘ପ୍ରୋମୋର ଏକ ଝଲକ୍ ଦେଖି ହିଁ ସମସ୍ତ ପୁରୁଣା ସ୍ମୃତି ତାଜା ହୋଇଗଲା। ପୁଣିଥରେ ଆପଣ ମାନେ ଏହି ଯାତ୍ରାରେ ଯୋଡ଼ି ହୁଅନ୍ତୁ । ବୁଧବାରଠାରୁ ପ୍ରତ୍ୟେକ ଦିନ ଅପରାହ୍ନ ୫ଟାରେ କେବଳ ଷ୍ଟାର୍ ପ୍ଲସ୍ରେ’। ଏହି ପ୍ରୋମୋ ଏବଂ ଏକତା କପୁରଙ୍କ ଘୋଷଣାକୁ ନେଇ ଫ୍ୟାନ୍ମାନଙ୍କୁ ଖୁସିଖବର ଦେଇଛନ୍ତି ।
