ଭାଗ୍ୟ ବଦଳାଇ ଦେଲା ମାଛ : ପୁଣି ଥରେ ଜାଲରେ ପଡ଼ିଲା ୩୨ ତେଲିଆ, ୬୦ଲକ୍ଷ ଟଙ୍କା ବିକ୍ରି
ବାଲେଶ୍ୱର : ସମୁଦ୍ର ମାଛ ବଦଳାଇ ଦେଲା ଟ୍ରଲର ମାଲିକଙ୍କ ଭାଗ୍ୟ । ପଶ୍ଚିମବଙ୍ଗ ଦୀଘା ଉପକୂଳରୁ ଦୁଇ ଦିନରେ ଧରାପଡ଼ିଲା ଦେଢ଼ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ତେଲିଆ ମାଛ । ଯାହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ତାହା ସତ୍ୟ ଘଟଣା ।
ଗତ ମଙ୍ଗଳବାର ସମୁଦ୍ରରୁ ୩୩ଟି ତେଲିଆ ମାଛ ଧରାଯାଇ ଦୀଘା ମାଛ ମାର୍କେଟ୍ରେ ୧କୋଟି ଟଙ୍କାର ବିକ୍ରି କରାଯାଇ ଥିବାବେଳେ ବୁଧବାର ପୁଣି ସେହି ଟ୍ରଲର ମାଲିକଙ୍କ ଜାଲରେ ୩୨ଟି ତେଲିଆ ମାଛ ଧରାଯାଇ ଦୀଘା ମାଛ ମାର୍କେଟ୍ରେ ୬୦ଲକ୍ଷ ଟଙ୍କାରେ ନିଲାମ କରାଯାଇ ବିକ୍ରି କରାଯାଇଥିଲା । ଏହି ମାଛକୁ କଲକାତା କେଏମ୍ବି କମ୍ପାନୀ କିଣି ନେଇ କଳକାତାକୁ ପଠାଇଛନ୍ତି । ପାଗ ଅନୁକୂଳ ଥିବାରୁ ଗଭୀର ସମୁଦ୍ରରୁ ଏହି ମାଛ ଧରାଯାଇଥିବାର ମତ୍ସ୍ୟଜୀବୀମାନେ ପ୍ରକାଶ କରିଛନ୍ତି । ଜଣେ ଟ୍ରଲର ମାଲିକଙ୍କ ଜାଲରେ ଏତେ ପରିମାଣରେ ମୂଲ୍ୟବାନ ମାଛ ପଡ଼ିଥିବାରୁ ସେ ଜଣେ ଭାଗ୍ୟଶାଳୀ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।
