ପୁଣି ଥରେ ନ୍ୟୁଜ୍ ଚ୍ୟାନେଲ ପାଇଁ ଟିଆରପି ଜାରି କରିବ ବାର୍କ
ନୂଆଦିଲ୍ଲୀ : ଟିଭି ରେଟିଂ ସଂସ୍ଥା ବାର୍କ ପୁଣି ଥରେ ନ୍ୟୁଜ୍ ଚ୍ୟାନେଲ ଗୁଡିକର ଟିଆରପି ପ୍ରକାଶ କରିବ । ୧୭ ମାସ ପରେ ପୁଣି ଥରେ ଟିଭି ଚ୍ୟାନେଲ ଗୁଡିକର ରେଟିଂ ସହ ଅନ୍ୟ ଡାଟା ପ୍ରକାଶ କରିବା ବୋଲି ବାର୍କ ସୋମବାର ଘୋଷଣା କରିଛି । ବାର୍କ ପକ୍ଷରୁ ଜାରି ଏକ ବିବୃତ୍ତି ଅନୁସାରେ, କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପୁଣି ଥରେ ପ୍ରତ୍ୟେକ ନ୍ୟୁଜ୍ ଚ୍ୟାନେଲର ଡାଟା ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବାର୍କ ପକ୍ଷରୁ ଜାରି ଏକ ବୟାନ ଅନୁସାରେ, ‘ବାର୍କ ଇଣ୍ଡିଆ ଅବାଧ ରୁପେ ନ୍ୟୁଜ୍ ଚ୍ୟାନେଲ ଗୁଡିକର ଡାଟା ପ୍ରକାଶ କରିବା ଦିଗରେ କାମ କରୁଛି । ଚଳିତ ବର୍ଷର ଦଶମ ସପ୍ତାହରେ ଏହା ଆରମ୍ଭ କରିବାକୁ ଯୋଜନା ରହିଛି । ଆମ ରିପୋର୍ଟ ଚକ୍ର ଅନୁସାରେ ଏହି ଡାଟା ଗୁରୁବାର, ମାର୍ଚ୍ଚ ୧୭ ତାରିଖରେ ବଜାରରେ ଜାରି କରାଯିବା’
