ଶ୍ରୀମନ୍ଦିରରେ ୧୯ତାରିଖ ବୁଧବାର ବନକଲାଗି ନୀତି ବୁଧବାର ଦିନ ଶ୍ରୀଜୀଊଙ୍କ ବନକଲାଗି ନୀତି ୫ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ
ପୁରୀ : ବୁଧବାର ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ପ୍ରାୟ ୫ ଘଂଟା ଭକ୍ତ ଦର୍ଶନ ବନ୍ଦ ରହିବ । କାର୍ତିକ ମାସ କୃଷ୍ଣପକ୍ଷ ନବମୀ ତିଥିରେ ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର ନୀତି ବା ବନକଲାଗି ଅକ୍ଟୋବର ୧୯ ବୁଧବାର ଦିନ ଅନୁଷ୍ଠିତ ହେବ । ଏହା ଏକ ଗୁପ୍ତ ସେବା ହୋଇଥିବାରୁ ସ୍ୱତନ୍ତ୍ର ନୀତି ପାଳନ କରାଯିବ । ଦତ ମହାପାତ୍ର ସେବକମାନେ ରତ୍ନସିଂହାସନ ଉପରେ ଚଢି ଏହି ନୀତି ସମାପନ କରିବେ । ଦ୍ୱିତୀୟ ଭୋଗ ମଣ୍ଡପ ଶେଷ ହେବା ପରେ ଜୟ ବିଜୟଦ୍ୱାର ବନ୍ଦ କରାଯାଇ ଏହି ଗୁପ୍ତ ନୀତି ଆରମ୍ଭ କରାଯିବ । ଅପରାହ୍ନ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଭକ୍ତ ଦର୍ଶନ ବନ୍ଦ ରହିବ । ବନକଲାଗି ନୀତରେ ମୁଖ ମଣ୍ଡଳ ଶୃଙ୍ଗାର ତଥା ମୁଖଶ୍ରୀ ପ୍ରସାଦନ ପାଇଁ ପ୍ରତି ମାସରେ ପ୍ରାୟ ୨ଥର ଏହି ନୀତି ଅନୁଷ୍ଠିତ ହୋଇଥାଏ । ଏହି ନୀତିରେ ପ୍ରାୟ ପ୍ରାକୃତିକ ରଙ୍ଗ ସହ କସ୍ତୁରୀ, କେଶର ମିଶ୍ରଣ ହୋଇଥାଏ । ଶଙ୍ଖକୁ ଚୂର୍ଣ୍ଣ କରି ଧଳା ରଙ୍ଗ ,ହରିତାଳରୁ ହଳଦିଆ ରଙ୍ଗ, ହେଙ୍ଗୁଳରୁ କଳା ରଙ୍ଗ ଅଣାଯାଇ ରୂପା ପିଙ୍ଗଳରେ ମିଶ୍ରଣ କରାଯାଏ । ଭିତର ଉତରପଟେ ବନକଲାଗି ଘର ରହିଛି । ସେହି ଘରେ ବନକଲାଗି ରଙ୍ଗ ମିଶ୍ରଣ ହୁଏ । କସ୍ତୁରୀ ,କର୍ପୂର ମିଶ୍ରଣ ଯୋଗୁ ମହାପ୍ରଭୁଙ୍କ ମୁଖମଣ୍ଡଳ ଉଜ୍ୱଳ ଦେଖାଯାଏ । ଏହି ନୀତି ସମାପାନ ପାଇଁ ପାଳିଆ ପୂଜାପଣ୍ଡା, ପାଳିଆ ଖୁଂଟିଆ,ଗରାବଡ଼ୁ, ପାଳିଆ ପୁଷ୍ପାଳକ,ଚାଙ୍ଗେଡ଼ା ମେକାପ,ମୁଦୁଲି ସେବକମାନେ ସହଯୋଗ କରିବେ । ବନକଲାଗି ପରେ ମହାପ୍ରଭୁ ମହାସ୍ନାନ ହୋଇ ଅନ୍ୟନ୍ୟ ନୀତି ବଢିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
Post Views: 36,175