ପଞ୍ଛକ ମହୋତ୍ସବ ତୃତୀୟ ସଂଧ୍ୟାରେ ଭଜନ ଓ ଓଡ଼ିଶୀ ନୃତ୍ୟରେ ଦୁଲୁକିଲା ବଡ଼ଦାଣ୍ଡ
ପୁରୀ : କାର୍ତିକ ପଞ୍ଛୁକ ତ୍ରୟୋଦଶୀ ତିଥିରେ ବଡ଼ଦାଣ୍ଡ ବଳଗଣ୍ଡି ସ୍ଥିତ ମାଉସୀମା ମନ୍ଦିର ସମ୍ମୁଖରେ ପବ୍ଲିକ ଫୋରମ ପକ୍ଷରୁ ୭ମ ପଞ୍ଛକ ମହୋତ୍ସବ ତୃତୀୟ ସଂଧ୍ୟାରେ ଭଜନ ଓ ଓଡ଼ିଶୀ ନୃତ୍ୟରେ ଦୁଲୁକିଲା ବଡ଼ଦାଣ୍ଡ । ମୁଖ୍ୟ ଅତିଥି ଭାବେ ବରିଷ୍ଠ ସେବାୟତ ଦୁର୍ଗାପ୍ରସାଦ ମହାପାତ୍ର ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି କହିଲେ ଧର୍ମମାସ କାର୍ତିକ । ଧର୍ମେକ୍ଷତ୍ର ଶ୍ରୀକ୍ଷେତ୍ର । ଶ୍ରୀକ୍ଷେତ୍ରରେ ଧାର୍ମିକ ମାହୋଲ ସୃଷ୍ଟି କରିଛି ପଞ୍ଛକ ମହୋତ୍ସବ କମିଟି । ସମ୍ମାନିତ ଅତିଥି ଭାବେ ରାମଚନ୍ଦ୍ର ଦାସ ମହାପାତ୍ର,ବରିଷ୍ଠ ସେବାୟତ ଭଗବାନ ସୁଆର, ଉତ୍କଳ ବିଦ୍ୱତ ପରିଷଦ ଅଧ୍ୟକ୍ଷ ମନୋଜ କୁମାର ରଥ ,ବରିଷ୍ଠ ସେବାୟତ ଗୋପାଳ ଖୁଂଟିଆ, ସମାଜସେବୀ ଚକ୍ରଧର ମହାପାତ୍ର, ନାଟ୍ୟକାର ଓ ଗୀତିକାର ବଦ୍ରି ମିଶ୍ର ,ମହୋତ୍ସବ ପରିଚାଳନା କମିଟିର ଅଧ୍ୟକ୍ଷ ଜଗନ୍ନାଥ ଦାସ ମହାପାତ୍ର ଉପଦେଷ୍ଟା ତଥା ପୁରୀ ଓକିଲ ସଂଘର ପୂର୍ବତନ ସଭାପତି ଭଗବାନ ମିଶ୍ର ଉପସ୍ଥିତ ଥିଲେ । ପବ୍ଲିକ ଫୋରମର ସଭାପତି ଆର୍ତତ୍ରାଣ ତ୍ରିପାଠୀ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭୀମସେନ ପ୍ରଧାନ, ସାଧାରଣ ସମ୍ପାଦକ ବିଶ୍ୱନାଥ ମିଶ୍ର, ସଂଯୋଜକ ତଥା ସାମ୍ବାଦିକ ସତ୍ୟ ଦାଶ, ସଂଗଠନ ସମ୍ପାଦକ ଜ୍ୟୋତିପ୍ରକାଶ ଜେନା ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶ୍ରୀକ୍ଷେତ୍ର କଳାକାର ପୁରୀ ପକ୍ଷରୁ ସଙ୍ଗୀତ ନିର୍ଦ୍ଦେଶକ ବିଷ୍ଣୁପ୍ରସାଦ ମହାପାତ୍ର ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ । ପ୍ରବକ୍ତା ନିର୍ମଳା ଫତେସିଂ ହରିକଥା ପ୍ରବଚନ ଶ୍ରୋତାମାନଙ୍କୁ ଶୁଣାଇଥିଲେ । ପ୍ରାରମ୍ଭରୁ କମିଟିର ଉପଦେଷ୍ଟା ରାମଚନ୍ଦ୍ର ଦୋରା ମଞ୍ଛରେ ରାଧେ ରାଧେ ଶ୍ରୀରାଧେ ଧାର୍ମିକ ଡ଼ାକ ଦେଇ ଶ୍ରୋତାମାନଙ୍କ ଧାର୍ମିର୍କ ଭାବନା ଜାଗରଣ କରିଥିଲେ । ଶେଷରେ ଶ୍ରୀକଳା ନିକେତନ ପୁରୀ ପକ୍ଷରୁ ନୃତ୍ୟ ନିର୍ଦ୍ଦେଶକ ରୋଜାଲିନ ମହାନ୍ତିଙ୍କ ନିର୍ଦ୍ଦେଶନାରେ ବିଶ୍ୱରୁପା ଦାଶ,ସ୍ନେହାଶିଖା ମହାନ୍ତି, ଅନିଷା ନାୟକ,ଆଦ୍ୟଶା ପାତ୍ର,ସାଲିନ ଦାଶ, ସ୍ନେହଲତା ପାଢୀ,ଇତିକା ମହାପାତ୍ର, ସୌମ୍ୟା ପୃଷ୍ଟି, ଆରାଧ୍ୟା ମିଶ୍ର, ଦୋବାଶିଂ ମିଶ୍ର, ଆଦିତ୍ୟ ମିଶ୍ର, ଶ୍ରେୟା ସୁଗୁନ, ସମ୍ବିତ ପଣ୍ଡା, ମାମା ରାଉତ,ଦୃଷ୍ଟି ଲିପ୍ସା,ସିଦ୍ଧି,ହର୍ଷିତା ପାୟଲ,ଜୟସ୍ମିତା ପ୍ରଧାନ ପ୍ରମୁଖ ଭଜନ ନୃତ୍ୟ ଓ ଓଡ଼ଶୀ ନୃତ୍ୟ କରିଥିଲେ । ଶତାଧିକ ଦର୍ଶକ ଏହି କାର୍ଯ୍ୟକ୍ରମକୁ ମନୋଭରି ଉପଭୋଗ କରି ପ୍ରଶଂସା କରିଥିଲେ । ଭରତ ନାୟକ ଓ ଶ୍ୟାମପ୍ରକାଶ ସେନାପତି ମଞ୍ଛ ସଂଚାଳନ କରିଥିଲେ ।
