ନୂଆଁଖାଇ ଅବସରରେ ପଶ୍ଚିମ ଓଡିଶାବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ। ଫଳରେ ଚଳଚଞ୍ଚଳ ହୋଇ ପଡିଛି ପଶ୍ଚିମ ଓଡିଶା। ସକାଳ ୧୦ଟା ୧୫ରୁ ୧୦ଟା ୨୫ ମଧ୍ୟରେ ମା’ସମଲେଇଙ୍କ ନିକଟରେ ଲାଗି ହେବ ନବାନ୍ନ। ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ପାଳନ କରାଯାଉଛି ନୂଆଁଖାଇ।
Nuakhai Juhar!
— Narendra Modi (@narendramodi) September 11, 2021
Greetings to everyone on this auspicious occasion. On Nuakhai we laud the outstanding efforts of our industrious farmers and their role in nation building.
I pray for everyone's good health and well-being.
ଏହି ଅବସରରେ ପଶ୍ଚିମ ଓଡିଶାବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅଭିନନ୍ଦନ ଜଣାଇ ମୋଦୀ ଟ୍ୱିଟ ଯୋଗେ କହିଛନ୍ତି, ଦେଶ ନିର୍ମାଣରେ କୃଷକଙ୍କ ଅବଦାନ ଉଚ୍ଚ ପ୍ରଶଂସନୀୟ। ସଭିଁଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ସୁଖଶାନ୍ତି କାମନା କରିଛନ୍ତି।
