ଦଶମୀ ତିଥିରେ ଚକା ବିଜେ କଲେ ଶ୍ରୀଜିଉ
ପୁରୀ : ସ୍ନାନ ପୂର୍ଣ୍ଣମୀ ଦିନ ଚତୁର୍ଦ୍ଧାମୂର୍ତି ସ୍ନାନ ମଣ୍ଡପରେ ୧୦୮ ଗରା ଜଳରେ ସ୍ନାନ କରିବା ପରେ ଜ୍ୱରରେ ପିଡୀତ ହୋଇ ଏବେ ଅଣସର ଘରେ ଅବସ୍ଥାନ କରୁଛନ୍ତି । ରବିବାର ଶ୍ରୀଜିଉ ମାନେ ଚକା ଉପରେ ବିଜେ କରିଛନ୍ତି । ଦୈତାପତି ସେବକ ମାନେ ଅଣସର ସେବାରେ ମହାପ୍ରଭୁ ଙ୍କୁ ଶୀଘ୍ର ସୁସ୍ଥ କରିବା ପାଇଁ ଫୁଲରି ତେଲ ଓଷ ମୋଦକ ସେବା କରୁଛନ୍ତି । ଝୁଣା ରାଶି ତେଲ ଓ କର୍ପୂର ମିଶ୍ରୀତ ଔଷଧୀୟ ଗୁଣ ଯୁକ୍ତ ଓଷ ଲାଗି ହେଉଛି । ଅଣସର ତୃତୀୟା ତିଥି ରେ ଦେବୌତାପତି ମାନେ ଶ୍ରୀଅଙ୍ଗ ରୁ ଓଦା ବସ୍ତ୍ର ଫିଟାଇଥିଲେ । ଚତୁର୍ଥୀର୍ ରେ ଶ୍ରୀଅଙ୍ଗ ଫିଟା ନୀତି ହୋଇଥିଲା । ପଂଚମୀ ତିଥି ରେ ଫୁଲରି ତେଲ ଲାଗି ହୋଇଥିଲା । ଷଷ୍ଠୀ ଠାରୁ ଓଷ ଲାଗି ସେବା ସଂପର୍ଣ୍ଣ ହୋଇଛି । ଆଜି ଦଶମୀ ତିଥି ରେ ରାଜବୈଦ୍ୟ ଙ୍କ ବାସଭବନ ରୁ ଆୟୁର୍ବେଦିକ ମୋଦକ ଔଷଧ ଶ୍ରୀମନ୍ଦିରକୁ ବିଜେ ହୋଇଛି । ଏକାଦଶୀ ତିଥି ରେ ମହାପ୍ରଭୁ ଙ୍କ ସର୍ବାଙ୍ଗ ନୀତି ପରେ ମୋଦକ ଲାଗି ହେବ । ଦ୍ୱାଦଶୀ ତିଥି ରେ ରାଜ ପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ । ମହାପ୍ରଭୁ ସୁସ୍ଥ ହେବା ସଂପର୍କରେ ଗଜପତି ଜାଣିବା ପରେ ରଥଯାତ୍ରା ପାଇଁ ବିଭିନ୍ନ ନୀତି ଅନୁ୍ଷ୍ଠିତ ହେବ । ସୁଦ ସୁଆରଙ୍କ ବାସଭବନ ରୁ ଖଳୀ ବିଜେ କରିବ । ପରେ ପରେ ମହାପ୍ରଭୁ ସୁସ୍ଥ ହୋଇ ନବଯୌବନ ଦର୍ଶନ ଦେବେ । ଚଳିତ ମାସ ୧୨ ତାରିଖ ସୋମବାର ଦିନ ମହାପ୍ରଭୁ ଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ ।
ମହାପ୍ରଭୁ ଙ୍କ ରଥଯାତ୍ରା ପାଇଁ ରାଜ୍ୟ ଓ ଜିଲା ପ୍ରଶାସନ ସଂପୂର୍ଣ୍ଣ ତତ୍ପର ହୋଇ ଉଠିଛି । କୋଭିଡ୍ କଟକଣା ଅନୁସାରେ କିପରି ରଥଯାତ୍ରା ସଂପର୍ଣ୍ଣର୍ ହେବ ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନ ବ୍ଲୁ ପ୍ରିଂଟ୍ ପ୍ରସ୍ତୁତ କରିଛି । ଶ୍ରୀକ୍ଷେତ୍ର ର ସୁରକ୍ଷା ପାଇଁଁ ପୁଲିସ ବାହିନୀ ପକ୍ଷରୁ ଏସପି କେ ବିଶାଲ ସିଂ ଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ମକଡ୍ରିଲ କରାଯାଇଛି ।ଅକ୍ଷୟତୃତୀୟା ଠାରୁ ମହାପ୍ରଭୁ ଙ୍କ ୩ ଟି ରଥ ନିର୍ମାଣ ପାଇଁ ରଥଖଳା ରେ ରଥ ନିର୍ମାଣ କାର୍ଯ୍ୟ ରେ ନିମଗ୍ନ ରହିଥିଲେ ବିଶ୍ୱକର୍ମା ମହାରଣା , ଭୋଇ ସେବାୟତ ଓ ରୂପକାର ଚତ୍ରକାର ସେବାୟତ ମାନେ । ମହାପ୍ରଭୁ ଙ୍କ ରଥଦାଣ୍ଡ ବଡଦାଣ୍ଡ ରେ ମହାପ୍ରଭୁ ଙ୍କ ତିନି ରଥ ଗଡିବା ପାଇଁ ପଥ ପ୍ରସ୍ତୁତ କରାଯାଉଛି । ବଡଦାଣ୍ଡ ରେ ରହିଥିବା କ୍ୟାବିନ୍ ଠେଲାଗାଡି,ଖଟ,ଛତା ପସରା ଗୁଡିକ ଘର ବାହୁଡା ହେଲେଣି । ପୌରସଂସ୍ଥା ପକ୍ଷରୁ ତୁରନ୍ତ ହଟିଯିବା ପାଇଁ ଡାକବାଜି ଯନ୍ତ୍ର ଦ୍ୱାରା ଜଣାଇଦିଆଯାଇଛି । ବିଭିନ୍ନ ଛକ ସ୍ଥାନରେ ବ୍ୟାରିକେଡ୍ ନିର୍ମାଣ ପାଇଁ ଖୁଂଟ ପୋତାଗଲାଣି । ଆଜି ଗୁଣ୍ଡିଚା ମନ୍ଦିର ନିକଟ ଶରଧାବାଲି ରେ ପୁଲିସ ଟେଂଟ ପାଇଁ କଂଟା ବାଉଁଶ ଗଦା ହୋଇଛି । ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ଠାରେ ଚାରମାଳ ବାନ୍ଧିବା ପାଇଁ ତାଳଶେଣୀ ଗଦା ହୋଇଛି । ଗୁଣ୍ଡିଚା ମନ୍ଦିର ସଂହଦ୍ୱାର ର ସିଂହ ଗୁଡିକ ରଙ୍ଗ କରାଯାଉଛି । ଗୁଣ୍ଡିଚା ମନ୍ଦିରର ପାଚେରୀ ସମେତ ଦୁଇ ଦ୍ୱାର କୁ ରଙ୍ଗ କରାଯିବା ସହ ଆଲୋକୀକରଣ ବ୍ୟବସ୍ଥା କରାଯାଉଛି । ସିଂହଦ୍ୱାର ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ଅଢେଇ କିଲୋମିଟର ପ୍ରସସ୍ତ ବଡଦାଣ୍ଡ କୁ ପରିଷ୍କାର କରାଯାଉଛି । ଚଳିତ ବର୍ଷ କେବଳ ସେବାୟତ ମାନେ ଖାଲି ପାଦରେ ତିନି ରଥ ଟାଣିବେ । ପାଦ ନତାତିବା ପାଇଁଁ ବଡଦାଣ୍ଡର ବିଭିନ୍ନ ସ୍ଥାନରେ ତାତିକମାଇବା ରଙ୍ଗ କରାଯିବ । ସେବାୟତ ମାନେ ବସିବା ପାଇଁ ସିଂହଦ୍ୱାର ନିକଟ ପୂର୍ବର୍ ଏମାର ମଠ ଚକଡା ଓ ଗୁଣ୍ଡିଚା ମନ୍ଦିର ନିକଟରେ ସେଡ୍ କରାଯିବ । ଏହା ସହ ବଡଦାଣ୍ଡର ଦୁଇ ପାଶ୍ୱର୍ର୍ରେ ସ୍ୱଳ୍ପ ବିଶ୍ରାମ ପାଇଁଁ ୧୦ ଟି ସ୍ଥାନରେ ସେଡ୍ କରାଯିବ । ବଡଦାଣ୍ଡ ର ଦୁଇ ପାଶ୍ୱର୍ ରେ ରିହିଥିବା କୋଠା ଗୁଡିକରେ କୌଣସି ଭକ୍ତ ରଥଯାତ୍ରା ନଦେଖିବା ପାଇଁ ବାରଣ କରାଯାଇଛି । ଏଥିପାଇଁ ଶ୍ରୀଗୁଣ୍ଡିଚା ପୂର୍ବ ରାତ୍ରି ରୁ ଶ୍ରୀଗୁଣ୍ଡିଚା ପରଦିନ ପର୍ଯ୍ୟନ୍ତ ୧୪୪ ଧାରା ଯାରି ରହିବ । ଭକ୍ତମାନେ ଘରେ ବସି ଟିଭି ଓ ରେଡିଓ ଜରିଆରେ ରଥଯାତ୍ରା ଦେଖିପାରିବେ ଓ ଶୁଣିପାରିବେ । ଏଥିପାଇଁ ରାଜ୍ୟ ସୂଚନା ଲୋକସଂପର୍କ ବିଭାଗ ପକ୍ଷରୁ ସରକାରୀ ଦୂରଦର୍ଶନ ଙ୍କୁ ଅନୁମତି ଦିଆଯାଇଛି । ଅନ୍ୟ ଘରୋଇ ଟିଭି ଚ୍ୟାନେଲ ମାନେ ଲିଙ୍କ ଜରିଆରେ ରଥଯାତ୍ରା ପ୍ରସାରଣ କରିବେ ।
