“ଆଦର୍ଶ ଶିକ୍ଷକ ସମାଜର ଆଲୋକ ବର୍ତିକା” ନିତ୍ୟାନନ୍ଦ ଦାସଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ ରେ ୫୨ ୟୁନିଟ ରକ୍ତ ସଂଗୃହୀତ ୧୦ ଜଣଙ୍କୁ ମେଧା ଛାତ୍ର ବୃତ୍ତି ପ୍ରଦାନ
ରାଜଘାଟ : ଆଦର୍ଶ ଶିକ୍ଷକ ତଥା ବିଶିଷ୍ଟ ସମାଜସେବୀ ସ୍ବର୍ଗତ ନିତ୍ୟାନନ୍ଦ ଦାସଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ ଆଜି ହୃଦାନନ୍ଦ ସରକାରୀ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି l ଏହି ଉପଲକ୍ଷେ ଅନୁଷ୍ଠିତ ରକ୍ତ ଦାନ ଶିବିରରେ ୫୨ ଜଣ ରକ୍ତ ଦାନ କରିଥିଲେ l ନିତ୍ୟନନ୍ଦ ଦାସ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ୧୦ ଜଣ ଛାତ୍ର ଛାତ୍ରୀ ଙ୍କୁ ମେଧାବୃତ୍ତି ପ୍ରଦାନ ସହିତ ସ୍କୁଲ ପାଠାଗାର ପାଇଁ ଜ୍ଞାନ ମଣ୍ଡଳ ଦ୍ଵାରା ପ୍ରକାଶିତ ଜ୍ଞାନ ବୃତ୍ତି ପୁଷ୍ଟକମାଳl ଓ ଅନ୍ୟାନ୍ୟ ପୁସ୍ତକ ଦାନ କରାଯାଇଥିଲା l ଏହି ଉପଲକ୍ଷେ ଅନୁଷ୍ଠିତ ଏକ ସ୍ମୃତି ସଭାରେ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ବିଧାୟକ ଶ୍ରୀ ରାଜକିଶୋର ଦାସ ଆଦର୍ଶ ଶିକ୍ଷକ ସବୁ ବେଳେ ସମାଜ ପାଇଁ ପଥ ପ୍ରଦର୍ଶକ ଏବଂ ସ୍ବର୍ଗତ ନିତ୍ୟାନନ୍ଦ ଦାସ ସେହି ଭଳି ଜଣେ ଆଦର୍ଶ ଶିକ୍ଷକ ଭାବରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଠି କରି ଯାଇଛନ୍ତି ବୋଲି କହିଥିଲେ l ଏହି ସ୍ମୃତି ସଭାରେ ହୃଦାନନ୍ଦ ହାଇସ୍କୁଲ ପୁରାତନ ଛାତ୍ର ସଂସଦ ର ସଭାପତି ଶ୍ରୀ ହୃଷୀକେଶ ସାହୁ ସଭାପତିତ୍ବ କରିଥିଲେ l ବାଲେଶ୍ଵର ରକ୍ତଦାତା ସଂଘର ସଭାପତି ଶ୍ରୀ କମଳ ଚକ୍ରବର୍ତ୍ତୀ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ରକ୍ତଦାନ ମାଧ୍ୟମରେ ସ୍ବର୍ଗତ ନିତ୍ୟାନନ୍ଦ ଦାସ ଙ୍କ ସ୍ମୃତି ଚାରଣ କରିବାର ପ୍ରୟାସ କୁ ଅଭିନନ୍ଦନ ଜଣାଇଥିଲେ l ଅନ୍ୟମାନଙ୍କ ଭିତରେ ଶ୍ରୀ ଜଗନ୍ନାଥ ସାହୁ, ରତିକାନ୍ତ ବେହେରା, ସୁଶାନ୍ତ ପରିଡ଼ା, ରାମଚନ୍ଦ୍ର ସାହୁ, ଜତିନ୍ଦ୍ରାନଥ ଦତ୍ତ, ରଶ୍ମି ମହାନ୍ତି, ରାମେଶ୍ବର ଭଟ୍ଟ, ପଦ୍ମଲୋଚନ ବେହେରା, ବିରେନ୍ଦ୍ର ଦେ, ପ୍ରଶାନ୍ତ ପରିଡ଼ା, ବିକର୍ତନ କବି, ଅନୁପ ବେହେରା, କବିତା ବେହେରା, ମାନବ ମହାନ୍ତି, ଅଶୋକ ସେନାପତି ପ୍ରମୁଖ ନିଜ ନିଜ ବକ୍ତବ୍ୟ ରଖିଥିଲେ ଲ ହୃଦାନନ୍ଦ ସରକାରୀ ଉଚ୍ଚ ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଯତୀନ୍ଦ୍ର ନାଥ ଦତ୍ତ ରକ୍ତଦାନ ଶିବିର କୁ ଉଦ୍ଘାଟନ କରିଥିଲେ ଲ ନିତ୍ୟାନନ୍ଦ ଦାସ ମେମୋରିଆଲ ଟ୍ରଷ୍ଟ ର ଅଧ୍ୟକ୍ଷ ଶ୍ରୀ ସୁଦର୍ଶନ ଦାସ ସ୍ଵାଗତ ଭାଷଣ ଦେବା ସହିତ ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତି ଶ୍ରେଣୀ ରୁ ଜଣଙ୍କୁ ମେଧା ବୃତ୍ତି ଭାବରେ ପ୍ରଥମରୁ ୫ ପର୍ଯ୍ୟନ୍ତ ୭୫୦ ଟଙ୍କା, ୬ଷ୍ଠ ରୁ ୮ମ ପର୍ଯ୍ୟନ୍ତ ୧୦୦୦ ଟଙ୍କା ଓ ୯ମ ୧୦ମ ଶ୍ରେଣୀ ପାଇଁ ୧୫୦୦ ଟଙ୍କା ଲେଖାଏଁ ୧୦ ଜଣଙ୍କୁ ପ୍ରଦାନ କରିଥିଲେ l ସ୍କୁଲ ପାଠାଗାର ପାଇଁ ମଧ୍ୟ ଟ୍ରଷ୍ଟ ପକ୍ଷରୁ ୧୦, ୦୦୦ ଟଙ୍କା ର ବହି ମଧ୍ୟ ପ୍ରଦାନ କରାଯାଇଥିଲା l ଆଜିର ରକ୍ତଦାନ ଶିବିର ରେ ଅନେକ ମହିଳା ରକ୍ତଦାନ କରିବା ଏକ ଉଲ୍ଲେଖନୀୟ ଘଟଣା l
