ମାର୍ଚ୍ଚ ୨୩ ରେ ଅବସର ନେବେ ଡ. ରଣଦୀପ ଗୁଲେରିଆ ! ଜାଣନ୍ତୁ କିଏ ହେବ ଏମ୍ସର ପରବର୍ତ୍ତୀ ନିର୍ଦ୍ଦେଶକ
ନୂଆଦିଲ୍ଲୀ : କିଏ ହେବ ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସର ନିର୍ଦ୍ଦେଶକ ? ଏଥିନେଇ ଆରମ୍ଭ ହେଇଛି ଚର୍ଚ୍ଚା I ବର୍ତ୍ତମାନର ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ ମାର୍ଚ୍ଚ ୨୩ ରେ ଏହି ପଦରୁ ଅବସର ନେବେ ।
ବିଶେଷ ସୂତ୍ର ରୁ ପ୍ରକାଶ, ଏହି ପଦବୀ ପାଇଁ ଦୌଡ ରେ ଅଛନ୍ତି ପ୍ରାୟ ୩୨ ଜଣ ପ୍ରାର୍ଥୀ I ସେଥିମଧ୍ୟରୁ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ମହାନିର୍ଦ୍ଦେଶକ ଡ ବଳରାମ ଭାର୍ଗଭା ଙ୍କ ନାମ ଏହି ତାଲିକାରେ ଶୀର୍ଷରେ ରହିଛି। ଡ. ଭର୍ଗାଭା ଙ୍କ ମା ଡ. ସ୍ନେହା ଭର୍ଗାଭା ମଧ୍ୟ ୧୯୮୪-୧୯୯୦ ପର୍ଯ୍ୟନ୍ତ ନୂଆଦିଲ୍ଲୀ ର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ସେ ଏପର୍ଯ୍ୟନ୍ତ ଏମ୍ସର ପ୍ରଥମ ଏବଂ ଏକମାତ୍ର ମହିଳା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି । ତଲିଖ ରେ ଥିବା ୩୨ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ସମୁଦାୟ ୧୨ ଜଣ ଡାକ୍ତର ଏମ୍ସର । ସର୍ଚ୍ଚ-କମ-ଚୟନ କମିଟିର ଚାରିଜଣ ସଦସ୍ୟ ୩୨ ପ୍ରାର୍ଥୀ-ତାଲିକା ରୁ ଅଳ୍ପ କେତେଜଣଙ୍କ ପ୍ରାର୍ଥୀ ଙ୍କ ନା ଚୟନ କରି କ୍ୟାବିନେଟର ନିଯୁକ୍ତି କମିଟି (ଏସିସି) କୁ ପଠାଇବେ ।
