ଧୁମ୍ଧାମ୍ରେ ଚାଲିଛି ଓଁ ସାଇ ମକର ମେଳା
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ବ୍ଲକ କାଂଶ ପଞ୍ଚାୟତ କାଠପାଳରେ ଚତୁର୍ଥ ତମ “ଓଁ ସାଇ ମକର ମେଳା’ ବେଶ ଧୁମ୍ଧାମ୍ରେ ଚାଲିଛି । ଏହି ମକର ମେଳା ଗତ ୧୮ ତାରିଖରୁ ଆରମ୍ଭ ହୋଇଥିବା ବେଳେ ୮ ଦିନ ଧରି ଚାଲିବ ।
ଗୁରୁବାର ଦ୍ୱିତୀୟ ସନ୍ଧ୍ୟା କାର୍ଯ୍ୟକ୍ରମରେ ଶରତ ଚନ୍ଦ୍ର ତରାଇ ସଭାପତିତ୍ୱ କରିଥିବା ବେଳେ ବିଶ୍ୱଜିତ ପଣ୍ଡା ସଂଯୋଜନା କରିଥିଲେ । ମୁଖ୍ୟଅତିଥି ଭାବେ ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜ, ମୁଖ୍ୟବକ୍ତା ଭାବେ ବାଲେଶ୍ୱର ଏମ୍ପିଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ, ସମ୍ମାନିତ ଅତିଥି ରୂପେ କଂଗ୍ରେସ ବ୍ଲକ ସଭାପତି ମନୋରଞ୍ଜନ ପଣ୍ଡା, ବିଜୟ ଖିଲାର ମଞ୍ଚରେ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । କମିଟିର ସଦସ୍ୟ ବିରଞ୍ôଚ ତରେଇ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଧୀରେନ୍ଦ୍ର ମହାପାତ୍ର, ରବିନାରାୟଣ ବେହେରା, ବାବୁଲି ଦଣ୍ଡପାଟ, ରାଜୁ ଦଣ୍ଡପାଟ, ମୁରଲି ଚୌଧୁରୀ ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ଅବସରରେ ଉକ୍ତ ଅଞ୍ଚଳ ଚଳ ଚଞ୍ଚଳ ହେବା ସହ ପ୍ରତ୍ୟେକ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଜାରି ରହିଛି ।
