ଭାରତରେ ଓମିକ୍ରନ ନେଲା ପ୍ରଥମ ଜୀବନ
ନୂଆଦିଲ୍ଲୀ : ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ନେଲା ପ୍ରଥମ ଜୀବନ । ମହାରାଷ୍ଟ୍ରରେ ଜଣେ ୫୨ ବର୍ଷୀୟ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବ୍ୟକ୍ତି ଜଣଙ୍କ ଦୁଇ ଦିନତଳେ ହୃଦଘାତରେ ପ୍ରାଣ ହରାଇଥିବା ବେଳେ, ତାଙ୍କର ଆଜି ରିପୋର୍ଟ ଓମିକ୍ରନ ପଜିିଟିଭ ଆସିଛି । ଏହି ଆକ୍ରାନ୍ତ ନାଇଜେରିଆରୁ ଫେରିିଥିଲେ । ଗତ ଡିସେମ୍ବର ୨୮ରେ ସଂକ୍ରମିତ ହୋଇଥିବା ଚିହ୍ନଟ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେହିଦିନ ତାଙ୍କର ମୃତ୍ୟୁ ହୋଇଥିଲା । ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗର ଏନେଇ ସୂଚନା ଦେଇଛି ।
ମହାରାଷ୍ଟ୍ରର ପିମ୍ପରୀ ଚିଞ୍ଚୱାଡରେ ୫୨ ବର୍ଷୀୟ ୟଶବନ୍ତ ରାଓଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ସେ ଓମିକ୍ରନରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହସ୍ପିଟାଲରେ ଚିକତ୍ସା ରତ ଥିବାବେଳେ ତାଙ୍କର ମୃତ୍ୟୁ ହୋଇଛି । ଏହି ବ୍ୟକ୍ତିଜଣକ ନାଇଜେରିଆରୁ ଫେରିଥିଲେ । ମୃତ ବ୍ୟକ୍ତିଙ୍କ ପାଖରେ କୋଭିଡର କୌଣସି ଲକ୍ଷଣ ନଥିଲା । ହେଲେ ଗୁରୁବାର ତାଙ୍କର ଏନଆଇଭି ରିପୋର୍ଟରେ ସ୍ପଷ୍ଟ ହୋଇଛି ଯେ ସେ ଓମିକ୍ରନ ଭାରିଏଣ୍ଟରେ ସଂକ୍ରମିତ ଥିଲେ । ଏନେଇ ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ସୂଚନା ଯେ, ମହାରାଷ୍ଟ୍ର ସମେତ ଦେଶର ଅନେକ ରାଜ୍ୟରେ ଓମିକ୍ରନ ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । ଏହି ଭାଇରସ୍ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଓମିକ୍ରନ ଭାରିଏଣ୍ଟ ବିପଦକୁ ଦୃଷ୍ଟିରେ ରଖି ବିଭିନ୍ନ ମହାରାଷ୍ଟ୍ର ସରକାର କଟକଣାକୁ କଡ଼ାକଡ଼ି କରିଛନ୍ତି । ମହାରାଷ୍ଟ୍ରରେ ନାଇଟ୍ କର୍ଫ୍ୟୁ ପୂର୍ବରୁ ବଳବତ୍ତର ରହିଛି । ଅନ୍ୟପକ୍ଷରେ ରାଜ୍ୟ ସରକାର ଗୁରୁବାରଠାରୁ ମୁମ୍ବାଇରେ ୧୪୪ ଲାଗୁ କରିଛନ୍ତି ।
