ଭାରତରେ ଦେଖିବାକୁ ମିଳିଲା ଓମିକ୍ରନର ଉପ ଭେରିଏଂଟ ବିଏ-୨, ୧୬ ସଂକ୍ରମିତ ଚିହ୍ନଟ
Clalit Health Services Medical worker conduct tests on PCR samples to determine if they are positive for covid-19 at a Clalit Health Services laboratory in Jerusalem on January 10, 2021. Photo by Olivier Fitoussi/Flash90 *** Local Caption *** עובדי מעבדה של כללית מבצעים בדיקות לנגיף כורונה על דגימות PCR במעבדה לשירותי בריאות כללית בירושלים
ଇନ୍ଦୋର: ସଂପ୍ରତି ସାରା ପୃଥିବୀରେ କରୋନାର ନୂଆ ଭେରିଏଂଟ ଓମିକ୍ରନ ଆତଙ୍କ ସୃଷ୍ଟି କରିଥିବା ବେଳେ କରୋନାର ଆଉ ଏକ ନୂତନ ଭେରିଏଂଟ ବା ପ୍ରଜାତି ବିଏ-୨ର ମାମଲା ଭାରତରେ ଦେଖିବାକୁ ମିଳିଛି । ମଧ୍ୟପ୍ରଦେଶର ଇନ୍ଦୋରରେ ଓମିକ୍ରନର ଉପ ଭେରିଏଂଟ ବିଏ-୨ ଦେଖିବାକୁ ମିଳିଛି । ଏହା ଦ୍ୱାରା ଭୋପାଳରେ ୧୬ ଜଣ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬ ଜଣ ଛୋଟ ପିଲା ମଧ୍ୟ ଅଛନ୍ତି । ଅନ୍ୟ ପକ୍ଷରେ ଦେଶସାରା ୫୩୦ଟି ନମୁନାକୁ ପରୀକ୍ଷା ପାଇଁ ପଠାଯାଇଛି ।
ବ୍ରିଟେନ୍, ଅଷ୍ଟ୍ରେଲିଆ ଓ ଡେନମାର୍କ ଦେଶରେ ବିଏ-୨ର ମାମଲା ସାମନାକୁ ଆସିଛି । ଏହି ଭେରିଏଂଟ ଓମିକ୍ରନ୍ ପରି ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହାକୁ ଚିହ୍ନଟ କରି ନପାରିଲେ ଏହାର ସଂକ୍ରମଣକୁ ରୋକିବା ଆହ୍ୱାନ ଭରା ହେବ । ସବୁଠୁ ବଡ କଥା ହେଲା ଟେଷ୍ଟ କିଟ୍ ରେ ବି ଏହା ଧରା ପଡୁନାହିଁ । ତେଣୁ ଏହାକୁ ‘ଷ୍ଟେଲ୍ଥ‘ ଅର୍ଥାତ୍ ଲୁଚି ରହିଥିବା ଭେରିଏଣ୍ଚ (ପ୍ରକାର) କୁହାଯାଉଛି । ବ୍ରିଟେନ୍, ସ୍ୱିଡେନ ଓ ସିଙ୍ଗାପୁରରୁ ୧୦୦ରୁ ଅଧିକ ନମୁନା ଯାଂଚ ପାଇଁ ପଠାଯାଇଛି । ଏହି ନୂତନ ଭେରିଏଂଟର ମାମଲା ପ୍ରଥମେ କେଉଁଠି ଦେଖା ଦେଇଥିଲା ତାହା ଜଣା ପଡିନାହିଁ । ବ୍ରିଟେନ ସ୍ୱାସ୍ଥ୍ୟ ସୁରକ୍ଷା ସଂସ୍ଥା ଅନୁସାରେ ବ୍ରିଟେନରେ ପ୍ରଥମ ଥର ପାଇଁ ୬ ଡିସେମ୍ବର ୨୦୨୧ରେ ‘ଷ୍ଟେଲ୍ଥ‘ ଭେରିଏଂଟ ବିଷୟରେ ଜଣା ପଡିଥିଲା । ସେଠାରେ ଏହାର ୪୨୬ଟି ମାମଲା ଜଣାପଡିଛି । ଏହାକୁ ବ୍ରିଟେନରେ ଯାଂଚ କରାଯାଉ ଥିବା (ଅଣ୍ଡର୍ ଇନଭେଷ୍ଟିଗେସନ) ଶ୍ରେଣୀରେ ରଖା ଯାଇଛି ।
କରୋନାର ଏହି ନୂଆ ଭେରିଏଂଟ ଓମିକ୍ରନ ପରି ଅଟେ । ଓମିକ୍ରନ ପରି ଏହାକୁ ଜେନେଟିକ୍ ସିକ୍ୱେନ୍ସିଂ ଦ୍ୱାରା ଚିହ୍ନଟ କରାଯାଇ ପାରିବ । କରୋନାର ସମସ୍ତ ଭେରିଏଂଟ ଉପରେ ଗବେଷଣା କରୁଥିବା ଜେନେଭା ବିଶ୍ୱବିଦ୍ୟାଳୟର ନିର୍ଦେଶକ ଫ୍ଲେହାଲ୍ଟ କହିଛନ୍ତି, ଏହାର ନାମ ଶୁଣି ହଡବଡେଇବାର ଆବଶ୍ୟତକା ନାହିଁ କିନ୍ତୁ ସତର୍କ ରହିବାକୁ ପଡିବ । ଏହା ଓମିକ୍ରନ ପରି ସଂକ୍ରାମକ ଅଟେ କିନ୍ତୁ ଏପର୍ଯ୍ୟନ୍ତ ଜଣା ପଡି ନାହିଁ ଯେ ଏହା କେତେ ବିପଦଜନକ ।
