ବହୁ ଚର୍ଚ୍ଚିତ ଓମ୍-ଦୀପୁ ଅପହରଣ ଓ ହତ୍ୟା ଘଟଣାର ଫେରାର ଅଭିଯୁକ୍ତ ଗିରଫ
କଟକ : ବହୁ ଚର୍ଚ୍ଚିତ ଓମ୍ ଓ ଦୀପୁ ଅପହରଣ ଏବଂ ହତ୍ୟା ଘଟଣାରେ ଫେରାର ଥିବା ଅନ୍ୟ ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଏନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୋମବାର ପ୍ରେସମିଟରେ ଅଧିକ ସୂଚନା ଦେବେ ।
ସୂଚନା ଯେ, ୨୦୧୩ ମସିହା ନଭେମ୍ବର ୧୨ ତାରିଖରେ ଓମ୍ ଓ ଦୀପୁଙ୍କୁ ଅପହରଣ କରାଯାଇଥିଲା । ପରେ ଉଭୟଙ୍କୁ ହତ୍ୟା କରି ବାହାର ରାଜ୍ୟରେ ନେଇ ଫୋପାଡି ଦେଇଥିଲେ । ଝାଡଖଣ୍ଡର ଏକ ପୋଲ ନିକଟରୁ ଉଭୟଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରିଥିଲା ପୋଲିସ । ହତ୍ୟାକାଣ୍ଡ ପରଠୁ ଅଭିଯୁକ୍ତ ଜଣକ ଫେରାର ଥିଲା । ସୂଚନା ଯେ, ଗିରଫ ଅଭିଯୁକ୍ତ ଧଳବ୍ରଦର୍ସଙ୍କ ସହଯୋଗୀ ବୋଲି ଜଣାପଡିଛି ।
