ସେପ୍ଟେମ୍ବର ୬ରୁ ୧୮ ତାରିଖ ମଧ୍ୟରେ ଓଜେଇଇ ପରୀକ୍ଷା
ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଆସନ୍ତା ସେପ୍ଟେମ୍ବର ୬ ତାରିଖ ଠାରୁ ଆରମ୍ଭ ହେବ । ଏହି ପରୀକ୍ଷା ସେପ୍ଟେମ୍ବର ୧୮ ତାରିଖ ଯାଏଁ ଜାରି ରହିବ ବୋଲି ଓଜେଇଇ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । କମ୍ପ୍ୟୁଟର ବେସ୍ଡ ଟେଷ୍ଟ (ସିବିଟି) ମାଧ୍ୟମରେ ସମସ୍ତ ବିଷୟରେ ପରୀକ୍ଷା ହେବ । ସେପ୍ଟେମ୍ବର ୬ରୁ ୧୮ ତାରିଖ ମଧ୍ୟରେ ପ୍ରତ୍ୟେକ ଦିନ ୩ଟି ଲେଖାଏଁ ସିଫ୍ଟରେ ପରୀକ୍ଷା ହେବ । କିନ୍ତୁ ମଝିରେ ଗଣେଶ ପୂଜା ଏବଂ ନିଟ୍ ପାଇଁ ଓଜେଇଇ ପରୀକ୍ଷା ହେବ ନାହିଁ । ତେବେ କେଉଁ ଦିନ କେଉଁ ପରୀକ୍ଷା ହେବ ‘ଓଜେଇଇ’ର ୱେବ୍ସାଇଟ୍ www.ojee.nic.in/www.odishajee.comରେ ତଥ୍ୟ ଦିଆଯାଇଛି ।
ଗଣେଶ ପୂଜା ଓ ନିଟ୍ ପରୀକ୍ଷା ଦୃଷ୍ଟିରୁ ମଝିରେ ଗ୍ୟାପ୍ ଦିଆଯାଇଛି। ଗତବର୍ଷ ପରି ଚଳିତବର୍ଷ ପରୀକ୍ଷା ସିବିଟି ମୋଡ୍ରେ ହେବ। କେଉଁଦିନ କେଉଁ ପରୀକ୍ଷା ହେବ, ତାହାର ପୂରା ଲିଷ୍ଟ ଓଜେଇଇ ୱେବସାଇଟ୍ ପ୍ରକାଶ କରାଯାଇଛି। ଛାତ୍ରଛାତ୍ରୀ ଓ ଅଭିଭାବକମାନେ ୱେବସାଇଟ୍ରୁ ଏହି ତଥ୍ୟ ପାଇପାରିବେ ବୋଲି ଶ୍ରୀ ଚାନ୍ଦ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଚଳିତବର୍ଷ ରାଜ୍ୟର ସବୁ ଜିଲ୍ଲାରେ ହେବ ଓଜେଇଇ ପରୀକ୍ଷା କେନ୍ଦ୍ର। ଏହାଛଡ଼ା ରାଜ୍ୟ ବାହାରେ ୩ଟି ସ୍ଥାନକୁ ଅନଲାଇନ୍ ପରୀକ୍ଷା କେନ୍ଦ୍ର ଭାବେ ସାମିଲ କରାଯାଇଛି। ରାଜ୍ୟ ବାହାରେ ପାଟନା, ରାଂଚି ଓ କୋଲକାତାରେ ପରୀକ୍ଷା କେନ୍ଦ୍ର ହେବ।
