ରାଜ୍ୟର ୧୧ଜିଲାରେ ଆରମ୍ଭ ହେବ ଅନଲକ୍ ପ୍ରକ୍ରିୟା
- ୩ ଜିଲାରେ ଆରମ୍ଭ ହେବ ସେରୋ ସର୍ଭେ
ଭୁବନେଶ୍ଵର : ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍ । ସଂକ୍ରମଣ କମୁଥିବାରୁ ରାଜ୍ୟରେ ଅନଲକ୍ ପ୍ରକ୍ରିୟା ନେଇ ପ୍ରସ୍ତୁତି ଜାରି ରହିଛି। ୫% ତଳେ ଥିବା ୧୧ଟି ଜିଲାରେ ଆରମ୍ଭ ହେବ ଅନଲକ ପ୍ରକିୟା। ଏହି ଜିଲାଗୁଡ଼ିକ ହେଲା ଝାରସୁଗୁଡ଼ା, ବଲାଙ୍ଗିର, ସମ୍ବଲପୁର, ଗଞ୍ଜାମ, ସୋନପୁର, ନୂଆପଡ଼ା, କଳାହାଣ୍ଡି, ବରଗଡ଼, ସୁନ୍ଦରଗଡ଼, ଗଜପତି, କନ୍ଧମାଳ । ଆସନ୍ତା ୧୭ରେ ଲକଡାଉନ ଅବଧି ସରୁଥିବାରୁ ଏସବୁ ଜିଲାରେ କଟକଣା କୋହଳ କରିପାରନ୍ତି ସରକାର । ମାତ୍ର ସଂକ୍ରମଣ ହାର ଅଧିକ ରହୁଥିବା ୮ ଜିଲାରେ କଟକଣା ବଳବତ୍ତର ରହିପାରେ । ସେହିପରି ୩ଟି ଜିଲାରେ ହେବ ସେରୋ ସର୍ଭେ। କୋରାପୁଟ, ରାୟଗଡ ଏବଂ ଗଞ୍ଜାମରେ ଆସନ୍ତା ୧୭ ତାରିଖରୁ ସେରୋ ସର୍ଭେ ଆରମ୍ଭ ହେବ । ୨୫ ତାରିଖ ଯାଏଁ ଚାଲିବାକୁ ଥିବା ଏହି ସର୍ଭେରେ ପ୍ରତି ଜିଲ୍ଲାରେ ୧୦ କ୍ଲଷ୍ଟର କରାଯାଇ ସାମ୍ପୁଲ ସଂଗ୍ରହ କରାଯିବ। ତେବେ ଏଥିରେ ୬ବର୍ଷରୁ ଅଧିକ ବୟସର ପିଲାଙ୍କୁ ସାମିଲ କରାଯିବ ବୋଲି କହିଛନ୍ତି ଆଇସିଏମଆର ନିର୍ଦେଶକ ।
ଆଜି ଦୈନିକ ସଂକ୍ରମଣ ୫ ହଜାର ତଳକୁ ଖସିଥିଲେ ମଧ୍ୟ ଅଲୋଡ଼ା ରେକର୍ଡ଼ କରିଛି କରୋନା ମୃତ୍ୟୁ । ଆଜି ସର୍ବାଧିକ ୪୭ଜଣଙ୍କ ଜୀବନ ନେଇଛି ମହାମାରୀ । ଅଧିକ ସଂଖ୍ୟକ ରୋଗୀ ଭେଣ୍ଟିଲେଟରରେ ଥିବାରୁ ସେହିଅନୁପାତରେ ମୃତ୍ୟୁ ସଂଖ୍ୟା ବଢ଼ୁଥିବା କୁହାଯାଉଛି । ସେପଟେ ଆସନ୍ତା ୧୭ରୁ ରାଜ୍ୟର ୩ ଜିଲ୍ଲାରେ ଆରମ୍ଭ ହେବ ନ୍ୟାସନାଲ ସେରୋ ସର୍ଭେ । ଏଥିରେ ୬ବର୍ଷରୁ ଅଧିକ ପିଲାଙ୍କୁ ମଧ୍ୟ ସାମିଲ କରାଯିବ। ସେହିପରି ଆସନ୍ତା ୧୦ଦିନ ଭିତରେ କରୋନା ପଜିଟିଭ ସଂଖ୍ୟା ୨ହଜାରକୁ ଆସିବ ବୋଲି କୁହାଯାଉଛି ।ତେବେ ଏବେ ବି ସଂକ୍ରମଣ ହାର ୧୦ ପ୍ରତିଶତ ଉପରେ ରହିଥିବା ୮ଜିଲ୍ଲାକୁ ନେଇ ବଢ଼ିଛି ଚିନ୍ତା । ଯାଜପୁର, ପୁରୀ, ଖୋର୍ଦ୍ଧା, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଛି । ତେଣୁ ଏସବୁ ଜିଲ୍ଲା ପାଇଁ ସ୍ବତନ୍ତ୍ର ଷ୍ଟ୍ରାଟେଜି ଆପଣାଇବା ପାଇଁ ବିଚାରବିମର୍ଶ କରୁଛନ୍ତି ସରକାର । ସେପଟେ ଆଜି ଦୈନିକ ସଂକ୍ରମଣ ୫ହଜାର ତଳକୁ ଖସିଥିଲେ ମଧ୍ୟ ଅଲୋଡ଼ା ରେକର୍ଡ଼ କରିଛି କରୋନା ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟାରେ ୬୭ହଜାର ୧୨୨ଜଣଙ୍କୁ କରୋନା ପରୀକ୍ଷା ହୋଇଥିବା ବେଳେ ସେଥିମଧ୍ୟରୁ ୪ ହଜାର ୮୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଦୈନିକ ସଂକ୍ରମଣ ହାର ୭.୨୨କୁ ଖସିଛି । ସେହିଭଳି ଆଜି ସର୍ବାଧିକ ୪୭ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଭେଣ୍ଟିଲେଟରରେ ଥିବା ରୋଗୀଙ୍କ ସଂଖ୍ୟା ଅଧିକ ଥିବାରୁ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଥିବା କହିଛନ୍ତି ସ୍ବାସ୍ଥ୍ୟ ନିର୍ଦେଶକ ।
