୪ ଦିନରେ ପାସପୋର୍ଟ ଭେରିଫିକେସନରେ କରି ଓଡ଼ିଶା ପୋଲିସର ରେକର୍ଡ
କଟକ : ପାସପୋର୍ଟ ଭେରିଫିକେସନରେ ଓଡ଼ିଶା ପୋଲିସକୁ ଉଲ୍ଲେଖନୀୟ ସଫଳତା । ସର୍ବାଧିକ ସଫଳତା ଚଳିତ ବର୍ଷ ମିଳିଛି । ଅଗଷ୍ଟ ମାସରେ ପାସପୋର୍ଟ ଭେରିଫିକେସନ କାର୍ଯ୍ୟ ମାତ୍ର ୬ ଦିନରେ ଶେଷ ହେଉଥିବା ବେଳେ ସେପ୍ଟେମ୍ବର ମାସର ପ୍ରଥମାର୍ଦ୍ଧରେ ୪ ଦିନରେ ସମ୍ପୂର୍ଣ୍ଣ ହୋଇଛି ।
୨୦୧୮ ଓ ୧୯ ରେ ପାସପୋର୍ଟ ଭେରିଫିକେସନ ପାଇଁ ହାରାହାରି ୨୬ ଦିନ ଲାଗୁଥିଲା । ୨୦୨୦ ମସିହାରେ କୋଭିଡ ସ୍ଥିତି ପାଇଁ ଏହି ଭେରିଫିକେସନ ୩୬ ଦିନ ପର୍ଯ୍ୟନ୍ତ ବିଳମ୍ବିତ ହୋଇଥିଲା । ପାସପୋର୍ଟ ଭେରିଫିକେସନ କାର୍ଯ୍ୟକୁ ୫ଟି ଅଧିନକୁ ଅଣାଯାଇ ପାସ ପୋର୍ଟ ଭେରୀଫିକେସନ ପ୍ରତି ଥାନାକୁ ଗୋଟିଏ ଲେଖାଏଁ ଟାବଲେଟ ପ୍ରଦାନ କରାଯାଇଛି । ଫଳରେ ଏହି କାର୍ଯ୍ୟ ଅତିଶୀଘ୍ର ସମ୍ପର୍ଣ୍ଣ ହେଉଥିବା କହିଛନ୍ତି ଡିଜିପି ।
