ପ୍ରକାଶ ପାଇଲା ଓଡିଶା ଓପିଏସସି ୨୦୨୧ ବିଜ୍ଞପ୍ତି, ଜାଣନ୍ତୁ କଣ ରହିଛି ଆବେଦନର ନିୟମ
ଭୁବନେଶ୍ବର : ପ୍ରକାଶ ପାଇଲା ଓଡିଶା ପବ୍ଲିକ ସର୍ଭିସେସ କମିଶନ (ଓପିଏସସି) ୨୦୨୧ ବିଜ୍ଞପ୍ତି । ଖାଲି ପଡିଥିବା ୪୫୦ ସିଟ୍ ପୂରଣ ପାଇଁ ରାଜ୍ୟ ସରକାର ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି । ବିଜ୍ଞପ୍ତି ଅନୁଯାୟୀ, ଓପିଏସସି ମୋଟ ୪୦୫ଟି ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି କରିଛି । ଯେଉଁଥିରେ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଗ୍ରୁପ୍-ଏ (ଜୁନିୟର ଶାଖା) ର ୫୦ଟି ପଦବୀ ରହିଛି ।
ଆବେଦନ ପାଇଁ ପ୍ରାର୍ଥୀଙ୍କ ବୟସ ୨୧ ରୁ ୩୨ ମଧ୍ୟରେ ସୀମିତ ହୋଇଥିବା ଆବଶ୍ୟକ । ସମ୍ପୃକ୍ତ ବ୍ୟକ୍ତି ଭାରତୀୟ ନାଗରିକ ହୋଇଥିବା ଜରୁରୀ । ସେହିପରି ଶିକ୍ଷାଗତ ଯୋଗ୍ୟତା ଯେକୌଣସି ସ୍ବୀକୃତିପ୍ରାପ୍ତ ଅନୁଷ୍ଠାନ କିମ୍ବା ବିଶ୍ବବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବେ । ଏହାସହ ଓଡିଆ ପଢିବା, ଲେଖିବା ଏବଂ କହିପାରୁଥିବେ ।
ଆସନ୍ତା ଜାନୁୟାରୀ ୧୦ ଏବଂ ଫେବୃଆରୀ ୯ ରୁ ଓପିଏସସିର ଅଫିସିଆଲ୍ ୱେବସାଇଟ୍ www.opsc.gov.in ରେ ନାମ ପଞ୍ଜୀକରଣ କିମ୍ବା ପୁନଃ ପଞ୍ଜୀକରଣ କରିପାରିବେ । ପରୀକ୍ଷା ପାଇଁ ପ୍ରାର୍ଥୀଙ୍କୁ ୫୦୦ ଟଙ୍କା ଫି’ ଦେବାକୁ ପଡିବ । ଅନ୍ଲାଇନ୍ ମାଧ୍ୟମରେ ଫି’ ପୈଠର ବନ୍ଦୋବସ୍ତ କରାଯାଇଛି । ଅନ୍ୟପଟେ ଏସଟି/ଏସସି ଏବଂ ଭିନ୍ନକ୍ଷମଙ୍କ ପାଇଁ ପରୀକ୍ଷା ଫି’ ଛାଡ କରାଯାଇଥିବା ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି । ତେବେ ଅନ୍ଲାଇନ୍ ଆବେଦନର ଶେଷ ତାରିଖ ଫେବୃଆରୀ ୧୮ ତାରିଖ ରହିଛି ।
ଏକ ପ୍ରାଥମିକ ପରୀକ୍ଷା, ଏକ ମୁଖ୍ୟ ପରୀକ୍ଷା ଏବଂ ସାକ୍ଷାତକାର । ପ୍ରାଥମିକ ପରୀକ୍ଷାରେ ଯୋଗ୍ୟତା ଅର୍ଜନ କରୁଥିବା ପ୍ରାର୍ଥୀଙ୍କୁ ମୁଖ୍ୟ ପରୀକ୍ଷାରେ ହାଜର ହେବାକୁ ଆୟୋଗ ଡାକିବେ । ମୁଖ୍ୟ ପରୀକ୍ଷା ଯୋଗ୍ୟତା ପାଇବା ପରେ ଆୟୋଗ ସେମାନଙ୍କୁ ସାକ୍ଷାତକାର ପାଇଁ ଡକାଯିବ ।
