୨୦୨୩ ସଂସ୍କରଣର ପୁରୁଷ ହକି ବିଶ୍ବକପ ପାଇଁ ଓଡ଼ିଶା ସରକାର ପ୍ରସ୍ତୁତ
କଟକ : ଓଡିଶାରେ ଭିତ୍ତିଭୂମିର ଅଭାବ ନାହିଁ । କ୍ରୀଡା ସଂଘ ମଧ୍ୟ ବେଶ ମଜଭୁତ । ଓଡିଶାରେ ସବୁ କ୍ରୀଡା ଇଭେଣ୍ଟ ଆୟୋଜନ ବେଶ ସଫଳ ହେଉଛି । ଅଲମ୍ପିକ୍ ଅନ୍ତର୍ଗତ ସମସ୍ତ କ୍ରୀଡା ଆୟୋଡନ ଓଡିଶାରେ ବେଶ ସଫଳ ଭାବେ ହୋଇଛି । ବିଶେଷକରି ହକିରେ ଓଡିଶା ଯେଉଁ ସୁନାମ ଅର୍ଜନ କରିଛି ତାହା ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ ଏହା କହିଛନ୍ତି ଭାରତୀୟ ଅଲମ୍ପିକ୍ ଆସୋସିଏସନ ସଭାପତି ନରିନ୍ଦର ଧ୍ରୁବ ବାତ୍ରା ।
୨୦୧୮ ପରେ 2023 ସଂସ୍କରଣର ପୁରୁଷ ହକି ବିଶ୍ବକପ ପାଇଁ ଓଡିଶା ସରକାର ମଧ୍ୟ ପ୍ରସ୍ତୁତ ଅଛନ୍ତି । ଭୁବନେଶ୍ବର ଓ ରାଉରକେଲା ଷ୍ଟାଡିୟମ ମଧ୍ୟ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି। ବୁଧବାର ଓଡିଶା ଅଲମ୍ପିକ ସଙ୍ଘର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଏପରି ପ୍ରତିକ୍ରିୟା ରଖିଛନ୍ତି ହକି ଇଣ୍ଡିଆ ସଭାପତି ତଥା ଭାରତୀୟ ଅଲମ୍ପିକ ସଂଘର ସଭାପତି ନରିନ୍ଦର ଧ୍ରୁବ ବାତ୍ରା । ଓଡିଶା ଅଲମ୍ପିକ ସଙ୍ଘ ପକ୍ଷରୁ ଆୟୋଜିତ ହୋଇଥିବା ସମ୍ବର୍ଦ୍ଧନା ଉତ୍ସବରେ ନରିନ୍ଦର ବାତ୍ରାଙ୍କୁ ସମ୍ମାନିତ କରାଯାଇଛି । ଏହି ବୈଠକରେ ରାଜ୍ୟ ଅଲମ୍ପିକ ସଂଘର ସମସ୍ତ ସଦସ୍ୟ, ଓ ଅନ୍ୟାନ୍ୟ କ୍ରୀଡା ସଂଘର ସଦସ୍ୟ ମାନେ ଉପସ୍ଥିତ ଥିଲେ ।
