ଆଜିଠୁ ୩ ଦିନ ଭିଜିବ ଓଡ଼ିଶା : ଏହି ସବୁ ଜିଲାରେ ଲଗାଣବର୍ଷା ସମ୍ଭାବନା, ଦେଖନ୍ତୁ ତାଲିକା
ଭୁବନେଶ୍ୱର: ରାଜ୍ୟରେ ଶୀତର ଲହର ଆରମ୍ଭ ହୋଇଯାଇଛି। ଗତ ୨୪ ଘଣ୍ଟାରେ ପାଗ ଶୁଖିଲା ରହିଥିବା ବେଳେ ରବିବାର ରାତିରେ ରାଜ୍ୟର ଅଧିକାଂଶ ଅଞ୍ଚଳର ତାପମାତ୍ରା ସ୍ୱଭାବିକ ଠାରୁ କମ ରହିଛି। ଦାରିଙ୍ଗିବାଡିରେ ସର୍ବନିମ୍ନ ୧୦ ଡିଗ୍ରୀ ସେଲସିଅସ ଓ ଭୁବନେଶ୍ୱରରେ ୧୭.୪ ଡିଗ୍ରୀ ସେଲସିଅଲ ରେକର୍ଡ ହୋଇଛି। ଅନ୍ୟପଟେ ବୁଧବାର ଠାରୁ ରାଜ୍ୟରେ ଲଗାଣବର୍ଷା ହେବାର ସମ୍ଭାବନା ଅଛି। ପାଣିପାଗ ବିଶେଷଜ୍ଞ ଉମାଶଙ୍କର ମିଶ୍ର କହିଛନ୍ତି ଯେ, ଓଡିଶା ଉପେରେ ପାଣିପାଗର ବିଶେଷ ପ୍ରଭାବ ନାହିଁ। ତେଣୁ ଆଗାମୀ ଦୁଇଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ। ଦୁଇରୁ ତିନି ଦିନ ମଧ୍ୟରେ ଉତ୍ତର-ପଶ୍ଚମ ଦିଗରୁ ଥଣ୍ଡା ବା ଶୁଷ୍କ ବାୟୁ ପ୍ରବାହ ଯୋଗୁଁ ରାଜ୍ୟର ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇପାରେ। ଦୁଇରୁ ତିନି ଦିନ ଭିତରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଏହାର ପ୍ରଭାବରେ ଧୀରେ ଧୀରେ ପୂର୍ବ ଦିଗରୁ ଉଷ୍ମ ଓ ଆଦ୍ରବାୟୁ ଓଡିଶା ମଧ୍ୟକୁ ପ୍ରବେଶ କରିବ। ଫଳରେ ରାତ୍ରିର ତାପମାତ୍ରା ସାମାନ୍ୟ ବୃଦ୍ଧି ହେବାର ସମ୍ଭାବନା ଅଛି।
#Forecast for Day-3 To Day 5
— Meteorological Centre, Bhubaneswar (@mcbbsr) November 8, 2021
Day-1 & Day-2: Dry weather very likely to prevail over the districts of Odisha.#Warning for Day-1 To Day-5: Nil pic.twitter.com/U0LE4QGLUi
ସେ ପୁଣି କିହଛନ୍ତି ଯେ, ୧୦ ତାରିଖ ପରଠାରୁ ରାଜ୍ୟର କିଛି ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହା ଏଗାର ଓ ବାର ତାରିଖରେ ମଧ୍ୟ ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ପାଣିପାଗ ବିଭାଗର ତଥ୍ୟାନୁସାରେ ବୁଧବାରଠାରୁ ଦକ୍ଷିଣ ଓଡିଶାରେ ବର୍ଷା ହେବ। ଏହା ଧୀରେ ଧୀରେ ତିନୋଟି ଜିଲ୍ଲାରୁ ୧୦ଟି ଜିଲ୍ଲାକୁ ବୃଦ୍ଧି ପାଇବ। ତେବେ ଆସନ୍ତୁ ଦେଖିବା କେଉଁ କେଉଁ ଜିଲ୍ଲାରେ କେବେ କେବେ ବର୍ଷା ହେବ। ୧୦ ତାରିଖ ସକାଳ ସାଢେ ଆଠରୁ ୧୧ ତାରିଖ ସକାଳ ସାଢେ ଆଠ ମଧ୍ୟରେ କୋରାପୁଟ, ମାଲକାନଗିରି ଓ ଗଜପତି (ପ୍ରାୟ ୫୦ ପ୍ରତିଶତ ଅଞ୍ଚଳ ପ୍ରଭାବିତ ହେବ) । ସେହିପରି ୧୧ ତାରିଖ ସକାଳ ସାଢେ ଆଠରୁ ୧୨ ତାରିଖ ସକାଳ ସାଢେ ଆଠ ମଧ୍ୟରେ କୋରାପୁଟ, ମାଲକାନଗିରି, ରାୟଗଡା, ଗଜପତି (ପ୍ରାୟ ୫୦ ପ୍ରତିଶତ ଅଞ୍ଚଳ ପ୍ରଭାବିତ ହେବ) । ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ଗଞ୍ଜାମ (ପ୍ରାୟ ୨୫ ପ୍ରତିଶତ ଅଞ୍ଚଳ ପ୍ରଭାବିତ ହେବ) । ଅପରପକ୍ଷେ ୧୨ ତାରିଖ ସକାଳ ସାଢେ ଆଠରୁ ୧୩ ତାରିଖ ସକାଳ ସାଢେ ଆଠ ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, ନବରଙ୍ଗପୁର (ପ୍ରାୟ ୫୦ ପ୍ରତିଶତ ଅଞ୍ଚଳ ପ୍ରଭାବିତ ହେବ) ନୂଆପଡା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ (ପ୍ରାୟ ୨୫ ପ୍ରତିଶତ ଅଞ୍ଚଳ ପ୍ରଭାବିତ ହେବ) ।
