ସରକାର ୧୦ ଦଫା ଦାବି ନ ମାନିଲେ ଓଡ଼ିଶା ଡ୍ରାଇଭର ମହାସଂଘ ପରିବାର ସହ ରାଜ ରାସ୍ତାକୁ ଉହ୍ଲେଇବ
ବାଲିଆପାଳ : ବାଲେଶ୍ଵର ଜିଲ୍ଲା ବାଲିଆପାଳ ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ରବିବାର ଅପରାହ୍ନରେ ଓଡ଼ିଶା ଡ୍ରାଇଭର ମହାସଂଘ ବାଲିଆପାଳ ଶାଖା ପକ୍ଷରୁ ଅନୁଷ୍ଠିତ ବୈଠକରେ ସରକାର ୧୦ ଦଫା ଦାବି ନ ମାନିଲେ ଓଡ଼ିଶା ଡ୍ରାଇଭର ମହାସଂଘ ପରିବାର ସହ ରାଜ ରାସ୍ତାକୁ ଉହ୍ଲେଇବ ବୋଲି ସଦସ୍ୟ ମାନେ ସରକାରଙ୍କୁ ଚେତାଵନୀ ଦେଇଛନ୍ତି। ଆଜିର ଦୁନିଆରେ ଡ଼୍ରାଇଭର ବିନା ସମସ୍ତ କାର୍ଯ୍ୟ ଅଚଳ। ସରକାର ସବୁ ଜାଣି ସୁଦ୍ଧା ଡ଼୍ରାଇଭର ମାନଙ୍କ ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ କରୁଥିବାରୁ ଏହା ବିରୋଧରେ ମହାସଂଘ ପକ୍ଷରୁ ୧୦ ଦଫା ଦାବି ଯଥା ଆକ୍ରୋଶର ଶିକାର ହେଉଥିବା ଡ୍ରାଇଭଙ୍କ ସୁରକ୍ଷା, ପ୍ରତି୧ଶହ କିଲୋମିଟରରେ ରାଜରାସ୍ତାରେ ପାର୍କିଂ ସ୍ଥାନ ଓ ବିଶ୍ରାମ ଗୃହ ନିର୍ମାଣ ,୫୫ ବର୍ଷ ରେ ପେନସନ ପ୍ରଦାନ, ଦୁର୍ଘଟଣାରେ ଜୀବନ ହରାଉଥିବା ଡ଼୍ରାଇଭରଙ୍କୁ ୨୦ଲକ୍ଷ ଟଙ୍କା ଏବଂ ଅକର୍ମଣ୍ୟଙ୍କ ପାଇଁ ୧୦ଲକ୍ଷ ଟଙ୍କା ବିମା ସହିତ ଚିକିତ୍ସ ପାଇଁ ୫ଲକ୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ, ଦରମା ନିର୍ଦ୍ଧାରଣ ଓ କାର୍ଯ୍ୟର ସମୟ ସୀମା ନିର୍ଧାରଣ, ଦ୍ୱିତୀୟ ସୈନିକ ମାନ୍ୟତା, ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ୫ଲକ୍ଷ ଟଙ୍କା ପ୍ରଦାନ,ଡ୍ରାଇଭର ମାନଙ୍କ ପିଲାମାନଙ୍କ ଉଚ୍ଚ ଶିକ୍ଷା ପାଇଁ ବ୍ୟବସ୍ଥା, ରାଜରାସ୍ତାରେ ପ୍ରଶାସନ ପକ୍ଷରୁ ହଇରାଣ ନକରିବା, ଡ୍ରାଇଭର ମାନଙ୍କୁ କରୋନା ଯୁଦ୍ଧାର ମାନ୍ୟତା ଇତ୍ୟାଦି ଦାବିରେ ଆଲୋଚନା କରାଯାଇ ସରକାରଙ୍କ ଠାରେ ଦାବି ରଖିବାର ନିଷ୍ପତି ନେଇଥିଲେ।ସଂଘର ସଭାପତି ଶଶୀକାନ୍ତ ପ୍ରଧାନ,ଜୟକୃଷ୍ଣ ଗଙ୍ଗାଇ,ଗୌରାଙ୍ଗ ଜେନା, ଅମ୍ବୁଲ୍ୟ ସାହୁ,ସୁଦର୍ଶନ ବେହେରା,କାର୍ତ୍ତିକ ପାତ୍ର, ମୃତ୍ୟୁଞ୍ଜୟ ଜେନା,ସୁବାସ ମଣ୍ଡଳ,ପ୍ରଭାକର ମହାନ୍ତି,ବାପୁନି ପଣ୍ଡା ଓ ପ୍ରିୟରଞ୍ଜନ ଦାସଙ୍କ ସହିତ ଓଡିଶା ଡ୍ରାଇଭର ମହାସଂଘ ବାଲିଆପାଳ ଶାଖା ର ସମସ୍ତ ସଦସ୍ୟ ଓ କର୍ମକର୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲ।
