ଓଡିଶା ଡ୍ରାଇଭର ମହାସଂଘ ବାଲିଆପାଳ ଶାଖା ବୈଠକ ଅନୁଷ୍ଠିତ।
ବାଲିଆପାଳ : ଓଡିଶା ଡ୍ରାଇଭର ମହାସଂଘ ବାଲିଆପାଳ ଶାଖାର ମାସିକ ବୈଠକ ରବିବାର ବାଲିଆପାଳ ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଡ୍ରାଇଭର ମାନଙ୍କର ବିଭିନ୍ନ ସମସ୍ୟା ସହିତ ଡ୍ରାଇଭର ମାନଙ୍କୁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ ,ସେମାନଙ୍କ ପରିବାରକୁ ରାସନ ପ୍ରଦାନ,ତଥା ଅନ୍ୟସବୁ ସୁବିଧା ସୁଯୁଗ ପ୍ରଦାନ ନେଇ ଆଲୋଚନା ହୋଇଥିଲା । ସରକାରଙ୍କ କାଳ କ୍ଷେପନ ନିତିକୁ ବୈଠକରେ ତୀବ୍ର ବିରୋଦ୍ଧ କରି ଆଲୋଚନା କରାଯାଇଥିଲେ।ମହାସଂଘର ବରିଷ୍ଠ କାର୍ଯ୍ୟକର୍ତା ଶଶିକାନ୍ତ ପ୍ରଧାନଙ୍କ ପରିଚାଳନାରେ ଆହୋତ ଏହି ବୈଠକରେ ଜୟକୃଷ୍ଣ ଗଂଗାଇ,ପ୍ରଭାକର ମହାନ୍ତି,ସୁଦର୍ଶନ ବେହେରା,ଗୌରାଙ୍ଗ ଜେନା,ଜୟନ୍ତ ସାହୁ ପ୍ରମୁଖ ଶତାଧିକ ଡ୍ରାଇଭର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
