ଓ.ୟୁ.ଡବ୍ଲୁ.ଜେ. ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଓ ବନ୍ଧୁ ମିଳନ
ଯାଜପୁର : ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଓ ବନ୍ଧୁମିଳନ ବରୁହାଁ ସ୍ଥିତ ତାରାଦେବୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଜିଲ୍ଲା ସଭାପତି କାଶିନାଥ ବାରିକ ସଭାପତିତ୍ୱ କରିଥିଲେ । ଅତିଥିରୂପେ ରାଜ୍ୟ କମିଟିର ସାଧାରଣ ସମ୍ପାଦକ ତପନ ମହାରଣ୍ୟ ଶର୍ମା ଯୋଗଦେଇ ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ତଥା ସାମ୍ବାଦିକମାନଙ୍କୁ ତୁରନ୍ତ ପେନ୍ସନ ପ୍ରଦାନ, ସ୍ୱାସ୍ଥ୍ୟ ବିମାରାଶି ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ତଥା ସାମ୍ବାଦିକ ମାନଙ୍କ ସୁରକ୍ଷା ଆଇନ ରାଜ୍ୟ ସରକାର ଯଥାଶିଘ୍ର ପାରିଦ କରିବା ନିମନ୍ତେ ଦୃଢ଼ ଦାବି କରିଥିଲେ । ଦେଶର ଅନେକ ରାଜ୍ୟରେ ସାମ୍ବାଦିକ ମାନଙ୍କୁ ବିଭିନ୍ନ ରାଜ୍ୟର ସରକାରମାନେ ପେନ୍ ସନ୍ ପ୍ରଦାନ କରିଥିଲା ବେଳେ ଆମ ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ତାହାକୁ କାର୍ଯ୍ୟକାରି ନକରିବା ଦୁଃଖ ଓ ପରିତାପର ବିଷୟ ବୋଲି ବହୁ ସାମ୍ବାଦିକ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥିରୂପେ ରାଜ୍ୟ ଶାଖାର ପରାମର୍ଶଦାତା ଦିଲ୍ଲୀପ ଦାସ ଯାଜପୁର ଜିଲ୍ଲାର ସଂଗଠନ କିଭଳି ସୁଦୃଢ଼ ହେବ ତା ଉପରେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଭ୍କ ମଧ୍ୟରେ ମଧୁସୂଦନ ମହାପାତ୍ର, ରାଜ୍ୟ ସଂଘର ସହସମ୍ପାଦକ ସୁରେନ୍ଦ୍ର ସାମଲ, ଗୋବିନ୍ଦ ଖଣ୍ଡାଇ, ଦିବାକର ମଲ୍ଲିକ, ଜ୍ୟୋତି ଶଙ୍କର ରାୟ, ତପନ ମିଶ୍ର, ରଂଜିତା ନାୟକ, ପ୍ରମୁଖ ସଦସ୍ୟମାନେ ତାଙ୍କର ମତ ପ୍ରଦାନ କରିଥିଲେ । ଜିଲ୍ଲା ଶାଖାର ସାଧାରଣ ସମ୍ପାଦିକା ପ୍ରମିଳା ରାଉତ ଆସନ୍ତା ସପ୍ତାହରେ ସାମ୍ବାଦିକ ମାନଙ୍କର ବିଭିନ୍ନ ଦାବି ନେଇ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯିବ ବୋଲି ତାଙ୍କର ବକ୍ତବ୍ୟ ରଖିଥିଲେ । ଏହି ସଭାରେ ବିଜୟ ମହାରଣା ଅତିଥିପରିଚୟ ପ୍ରଦାନ କରିଥିବା ବେଳେ ନିହାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ଆନନ୍ଦ ବିଶ୍ୱାଳ, ଆର୍ତ୍ତ ମାହୁନ୍ତ, ଅକ୍ଷୟ ସାହୁ, ବିଶ୍ୱଜିତ ଦାସ, ପଞ୍ଚାନନ ପାଣି, ରିନା ପଢ଼ିଆରିଙ୍କ ସହ ୭୦ ଜଣ ସାମ୍ବାଦିକ ଯୋଗଦାନ କରିଥିଲେ ।
