ଶୀତକାଳୀନ ଛୁଟି ଘୋଷଣା : ୧ ରୁ ୧୫ ଯାଏଁ ଦିଲ୍ଲୀରେ ନର୍ସରୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିବ ବନ୍ଦ
ନୂଆଦିଲ୍ଲୀ : ଦିଲ୍ଲୀରେ ନର୍ସରୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ବିଦ୍ୟାଳୟ ଗୁଡ଼ିକୁ ଶୀତକାଳୀନ ଛୁଟି ଘୋଷଣା କରାଯାଇଛି। ଦିଲ୍ଲୀ ସରକାର ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ, ଜାନୁଆରୀ ୧ ରୁ ଜାନୁୟାରୀ ୧୫ ପର୍ଯ୍ୟନ୍ତ ଶୀତ ଛୁଟି ରହିବ। ଅବସ୍ୟ ଦିଲ୍ଲୀର ନର୍ସରୀ ଠାରୁ ଆରମ୍ଭ କରି ୫ମଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ବିଦ୍ୟାଳୟଗୁଡ଼ିକ ଏବେବି ବନ୍ଦ ରହିଛି।
ସୂଚନା ଯେ, ପୂର୍ବରୁ ପ୍ରଦୂଷଣଜନିତ କାରଣରୁ ଦିଲ୍ଲୀରେ ସ୍କୁଲଗୁଡ଼ିକୁ ବନ୍ଦ କରିବାକୁ ପଡୁଥିଲା। ହେଲେ ଏବେ ରାଜଧାନୀର ଦିଲ୍ଲୀରେ ଥଣ୍ଡାରୁ ରାଜୁତି ନହେଁ ଓମିକ୍ରନ୍ର ପ୍ରାଦୁଭାର୍ବ ମଧ୍ୟ ବଢ଼ୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ରାଜଧାନୀରେ ୩୩୧ ଟି ନୂଆ କରୋନା ମାମଲା ରେକର୍ଡ଼ ହୋଇଛି। ପ୍ରାୟ ୬ ମାସ ପରେ ଚଳି ମାସରେ ଏହାକୁ ସର୍ବାଧିକ ମାମଲା। ଜୁନ୍ ୬ ରୁ ଦିଲ୍ଲୀରେ ଏହା ସର୍ବାଧିକ ମାମଲା ରେକର୍ଡ଼ କରାଯାଇଛି। ସେହିପରି ପଜିଟିଭ ହାର ଜୁନ୍ ୨ରୁ ସର୍ବାଧିକ ରହିଛି। ଜୁନ୍ ୬ରେ ୩୩୧ ଟି ମାମଲା ରୁଜୁ ହୋଇଥିଲା । ଜୁନ୍୨ ରେ ପଜିଟିଭିଟି ହାର ୦.୭୮ ଥିଲା।
