ହୁ ହୁ ହୋଇ ବଢ଼ିଲା ଓମିକ୍ରନ୍ ଭ୍ୟାରିଆଣ୍ଟ : ଜୟପୁରରୁ ଚିହ୍ନଟ ହେଲେ ଆଉ ୯ ଆକ୍ରାନ୍ତ
ଜୟପୁର : ଚିନ୍ତା ବଢ଼ାଉଛି ଓମିକ୍ରନ୍ ଭ୍ୟାରିଆଣ୍ଟ । ହୁ ହୁ ହୋଇ ବଢ଼ିଲା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଦିନକରେ ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ରାଜସ୍ଥାନର ଜୟପୁରରୁ ଚିହ୍ନଟ ହେଲେ ଆଉ ୯ ଓମିକ୍ରନ୍ ଆକ୍ରାନ୍ତ । ଏହି ୯ଜଣଙ୍କୁ ମିଶାଇ ଦେଶରେ ମୋଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୧ରେ ପହଞ୍ଚିଲା ।
ସେମାନଙ୍କ ମଧ୍ୟରୁ ୪ ଜଣ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ । ତେବେ ଚିହ୍ନଟ ହୋଇଥିବା ଅନ୍ୟ ୫ ଜଣ ଏମାନଙ୍କ ସମ୍ପର୍କରେ ଆସିଥିବା ଜଣାପଡିଛି । ବର୍ତ୍ତମାନ ସମସ୍ତଙ୍କ ଚିକିତ୍ସା ଜାରିରହିଥିବା ବେଳେ ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି । ସୂଚନା ଯେ, ମହାରାଷ୍ଟ୍ରରେ ୮ ଜଣ, କର୍ଣ୍ଣାଟକରୁ ୨ ଜଣ, ଗୁଜୁରାଟ ଜାମନଗରରୁ ଜଣେ ଏବଂ ଦିଲ୍ଲୀରୁ ଜଣେ ଓମିକ୍ରନ୍ ଭ୍ୟାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା ।
