ଆଠ ଯୋଡ଼ା ଗୁରୁତ୍ୱପୂର୍ଣ୍ଣ ଟ୍ରେନରେ ବଢିବ କୋଚ୍ ସଂଖ୍ୟା – ଭୁବନେଶ୍ୱର ଏବଂ ସମ୍ବଲପୁରରୁ ଦୁଇ ଯୋଡା, ପୁରୀରୁ ଚାରି ଯୋଡି ଟ୍ରେନରେ ସଂଯୋଗ କରାଯିବ ଅତିରିକ୍ତ କୋଚ୍
ଭୁବନେଶ୍ୱର : ସାଧାରଣ ଜନତା, ବିଶେଷକରି ଦୈନିକ ଯାତ୍ରୀଙ୍କ ସୁବିଧା ପାଇଁ ଏବଂ ଯାତ୍ରୀଙ୍କ ଆକାଂକ୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ଗୁରୁତ୍ୱପୂର୍ଣ୍ଣ ଟ୍ରେନ ମାନଙ୍କରେ ଅଧିକ କୋଚ୍ ବୃଦ୍ଧି କରିବାକୁ ନିଷ୍ପତି ନିଆଯାଇଛି । ଯାତ୍ରୀ ପ୍ରୋଫାଇଲ୍ ପରିଚାଳନାକୁ ସମୀକ୍ଷା କରି ଦେଖାଯାଏ ଯେ, ଉପରୋକ୍ତ ଟ୍ରେନ୍ ଅତିରିକ୍ତ ଯାତ୍ରୀଙ୍କ ସହିତ ଚଳାଚଳ କରୁଛି । ଏହାକୁ ଦୃଷ୍ଟିରେ ରଖି ପୁରୀ, ଭୁବନେଶ୍ୱର ଏବଂ ସମ୍ବଲପୁରରୁ ଛାଡୁଥିବା ୮ ଯୋଡା ଟ୍ରେନରେ ଅଧିକ କୋଚ୍ ଯୋଡିବାକୁ ନିଷ୍ପତି ନିଆଯାଇଛି । ସମ୍ବଲପୁରରୁ ଛାଡୁଥିବା ୧୮୩୧୧/୧୮୩୧୨ ସମ୍ବଲପୁର-ବନାରସ-ସମ୍ବଲପୁର ଏକ୍ସପ୍ରେସ ୧ ଜାନୁଆରୀ, ୨୦୨୩ ଠାରୁ ଏବଂ ବନାରସରୁ ୨ ଜାନୁୟାରୀ ଠାରୁ ଗୋଟିଏ ଅତିରିକ୍ତ ଏସି -୩ ଟାୟାର ଏବଂ ଗୋଟିଏ ଅତିରିକ୍ତ ସ୍ଲିପର କ୍ଲାସ୍ କୋଚ୍ ସଂଯୋଗ କରାଯିବ । ୨୨୮୦୪/୨୨୮୦୩ ସମ୍ବଲପୁର-ଶାଲିମାର-ସମ୍ବଲପୁର ଏକ୍ସପ୍ରେସ ୬ ଜାନୁଆରୀ ଠାରୁ ସମ୍ବଲପୁରରୁ ଏବଂ ୭ ଜାନୁଆରୀ ଠାରୁ ଶାଲିମାରରୁ ପ୍ରତ୍ୟେକ ଗୋଟିଏ କରି ଅତିରିକ୍ତ ଏସି -୩ ଟାୟାର ଏବଂ ଗୋଟିଏ ସ୍ଲିପର କ୍ଲାସ୍ କୋଚ୍ ସହିତ ବୃଦ୍ଧି କରାଯିବ । ଫଳରେ ଉଭୟ ଟ୍ରେନ୍ ରେ କୋଚ୍ ସଂଖ୍ୟା ୧୯ରୁ ୨୧ କୁ ବୃଦ୍ଧି ପାଇବ । ସେହିପରି ଭୁବନେଶ୍ୱରରୁ ଛାଡୁଥିବା ୧୨୮୯୨/୧୨୮୯୧ ଭୁବନେଶ୍ୱର-ବାଙ୍ଗିରିପୋଷି-ଭୁବନେଶ୍ୱର ଏକ୍ସପ୍ରେସ ଭୁବନେଶ୍ୱରରୁ ୧୫ ଡିସେମ୍ବର ଠାରୁ ଏବଂ ବାଙ୍ଗିରିପୋସିରୁ ୧୬ ଡିସେମ୍ବର ଠାରୁ ଗୋଟିଏ ଅତିରିକ୍ତ ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ ସଂରକ୍ଷିତ କୋଚ୍ ସହିତ ଚଳାଚଳ କରିବ । ୧୨୮୯୩/୧୨୮୯୪ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଂଟର ସିଟି ଏକ୍ସପ୍ରେସରେ ଉଭୟ ଦିଗରୁ ୧୫ ଡିସେମ୍ବର ଠାରୁ ସ୍ଥାୟୀ ଭିତିରେ ତିନିଟି ଅତିରିକ୍ତ ଦ୍ୱିତୀୟ ଶ୍ରେଣୀ ସିଟିଂ କୋଚ୍ ସଂଯୋଗ କରାଯିବ । ଅତିରିକ୍ତ କୋଚ୍ ସଂଯୋଗ ପରେ ଉଭୟ ଟ୍ରେନ୍ ରେ କୋଚ୍ ସଂଖ୍ୟା ୧୫ କୁ ବୃଦ୍ଧି ପାଇବ ।
ଏହା ବ୍ୟତୀତ୧୨୮୦୧/୧୨୮୦୨ ପୁରୀ-ନୂଆଦିଲ୍ଲୀ-ପୁରୀ ପୁରୁଷୋତମ ଏକ୍ସପ୍ରେସ ପୁରୀରୁ ୨୬ ଡିସେମ୍ବର ଠାରୁ ଏବଂ ନୂଆଦିଲ୍ଲୀରୁ ୨୮ ଡିସେମ୍ବର ଠାରୁ ଗୋଟିଏ ଅତିରିକ୍ତ ଏସି-୨ ଟାୟାର୍ କୋଚ୍ ସଂଯୋଗ କରାଯିବ । ଏହି ଟ୍ରେନ୍ ର କୋଚ୍ ସଂଖ୍ୟା ୨୧ କୁ ବୃଦ୍ଧି ପାଇବ । ୧୨୮୧୫/୧୨୮୧୬ ପୁରୀ-ଆନନ୍ଦ ବିହାର (ନୂଆଦିଲ୍ଲୀ) – ପୁରୀ ନନ୍ଦନକାନନ ଏକ୍ସପ୍ରେସ ପୁରୀରୁ ୨୯ ଡିସେମ୍ବର ଠାରୁ ଏବଂ ଆନନ୍ଦ ବିହାରରୁ ୩୧ ଡିସେମ୍ବର ଠାରୁ ଗୋଟିଏ ଅତିରିକ୍ତ ଏସି-୨ ଟାୟାର୍ କୋଚ୍ ସଂଯୋଗ କରାଯିବ । ଏହି ଟ୍ରେନ୍ ପୂର୍ବର ୨୧ କୋଚ୍ ପରିବର୍ତେ ୨୨ କୋଚ୍ ସହିତ ଚଳାଚଳ କରିବ ।
୧୨୮୭୫/୧୨୮୭୬ ପୁରୀ-ଆନନ୍ଦ ବିହାର (ନୂଆଦିଲ୍ଲୀ) -ପୁରୀରୁ ନୀଳାଚଳ ଏକ୍ସପ୍ରେସ ପୁରୀରୁ ୩୦ ଡିସେମ୍ବର, ୨୦୨୨ ଠାରୁ ଏବଂ ଆନନ୍ଦ ବିହାରରୁ ୧ ଜାନୁଆରୀ ଠାରୁ ସ୍ଥାୟୀ ଭିତିରେ ଗୋଟିଏ ଅତିରିକ୍ତ ଏସି-୨ ଟାୟାର୍ କୋଚ୍ ସଂଯୋଗ କରାଯିବ । ଏହି ଟ୍ରେନ୍ ପୂର୍ବର ୨୧ କୋଚ୍ ପରିବର୍ତେ ୨୨ କୋଚ୍ ସହିତ ଚଳାଚଳ କରିବ ।ଏହା ବ୍ୟତୀତ ୧୮୪୧୦/୧୮୪୦୯ ପୁରୀ-ଶାଲିମାର-ପୁରୀ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ପୁରୀ ଠାରୁ ୧ ଜାନୁଆରୀ ରୁ ଏବଂ ଶାଲିମାରରୁ ୨ ଜାନୁଆରୀ ରୁ ସ୍ଥାୟୀ ଭିତିରେ ଦୁଇଟି ଅତିରିକ୍ତ ସ୍ଲିପର୍ କ୍ଲାସ୍ କୋଚ୍ ସହିତ ଚଳାଚଳ କରିବ । ଏହି ଟ୍ରେନ୍ ପୂର୍ବ ୨୦ କୋଚ୍ ପରିବର୍ତେ ୨୧ କୋଚ୍ ସହିତ ଚଳାଚଳ କରିବ ।
