ଆଗକୁ ଶିଶୁଙ୍କ ସଂକ୍ରମଣ ସଂଖ୍ୟା ବଢିବା ସମ୍ଭାବନା ରହିଛି : ଡିଏମଇଟି
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନାର ଦ୍ଵିତୀୟ ଲହର ସଂକ୍ରମଣରେ ସାମାନ୍ୟ ସ୍ଥିର ରହିଥିବା ବେଳେ ଏବେ ପୁଣି ତୃତୀୟ ଲହର ମୁଣ୍ଡ ଟକିଲାଣି । ଏହାକୁ ନେଇ ସରକାରଙ୍କ ଠାରୁ ଆରମ୍ଭ କରି ଲୋକମାନଙ୍କ ପର୍ଯ୍ୟନ୍ତ ଚିନ୍ତା ଘାରିଛି । କାରଣ ତୃତୀୟ ଲହର ଶିଶୁଙ୍କ ପାଇଁ ବିପଦଜନକ ବୋଲି ପୂର୍ବରୁ ବିଶେଷଜ୍ଞନ ମାନେ କହି ସାରିଛନ୍ତି । ତେବେ ଗତ ଜୁଲାଇ ୨୧ ତାରିଖର ପିଆଇବି ବୁଲେଟିନ ଅନୁସାରେ ଦେଶର ୧୨% ଶିଶୁ କରୋନା ସଂକ୍ରମିତ ହେଉଛନ୍ତି । ଶିଶୁଙ୍କ ସିଭିଅରିଟି କମ୍ ରହିଛି। ସଂକ୍ରମଣ ଉପରମୁଁହା ହେଲେ କୌଣସି ଲହର ଆସିଲା ବୋଲି ଜଣାପଡ଼ିବ। ଏବେ ସେମିତି ଅବସ୍ଥା ନାହିଁ ବୋଲି ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି।
ସେହିପରି ୧୮ ବର୍ଷରୁ ଅଧିକ ଲୋକ ପ୍ରାୟତଃ ସମସ୍ତେ ଟିକା ନେଇ ସାରିଲେଣି। ତେଣୁ ଏବେ ଶିଶୁଙ୍କୁ ସଂକ୍ରମଣ ହେବାର ଅଧିକ ସମ୍ଭାବନା ରହିଛି। ଏଥିଲାଗି ଶିଶୁଙ୍କୁ ସୁରକ୍ଷିତ ପରିସରରେ ରଖିବାକୁ ପଡ଼ିବ। ସ୍କୁଲ ଖୋଲିଥିବାରୁ ସ୍କୁଲ ପରିସରରେ କୋଭିଡ୍ ପ୍ରୋଟୋକଲ ଉପରେ ଗୁରୁତ୍ୱ ଦେବାକୁ ହେବ । ଅଭିଭାବକ ଓ ଶିକ୍ଷକ ଅଧିକ ସତର୍କ ରହିବା ସହ ସାନିଟାଇଜ ରହିବା ଆବଶ୍ୟକ। ଆଗକୁ ୦ରୁ ଶିଶୁଙ୍କ ସଂକ୍ରମଣ ସଂଖ୍ୟା ବଢିବାର ସମ୍ଭାବନା ରହିଛି ବୋଲି ଡିଏମଇଟି କହିଛନ୍ତି ।
