୧୦ରେ ଆଫଗାନିସ୍ତାନ ଉପରେ ଆଂଚଳିକ ଦେଶଗୁଡ଼ିକର ଏନଏସଏ ସ୍ତରୀୟ ବୈଠକ
- ପାକିସ୍ଥାନ ଓ ଚୀନ କୌଣସି ଜବାବ ଦେଇନାହାନ୍ତି
ନୂଆଦିଲ୍ଲୀ : ଆଫଗାନିସ୍ତାନ ଉପରେ ଆଂଳଚିକ ଦେଶଗୁଡ଼ିକର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ସ୍ତରୀୟ ଆଲୋଚନା କରିବାକୁ ଭାରତ ଆୟୋଜିତ କରିବାକୁ ଯାଉଛି । ପାକିସ୍ଥାନ ଏବଂ ଚୀନ ବ୍ୟତୀତ ସମସ୍ତ ଦେଶ ଅଂଶ ଗ୍ରହଣ ନିଶ୍ଚିତ କରିଛନ୍ତି । ଏହି ବୈଠକରେ ଋଷ ଏବଂ ଇରାନ ସମେତ ମଧ୍ୟ ଏସିଆର ଦେଶମାନେ ଅଂଶଗ୍ରହଣ କରୁଛନ୍ତି । ଗଣମାଧ୍ୟମ ମାଧ୍ୟମରେ ପାକିସ୍ଥାନ କହିଛି ଯେ, ଏଥିରେ ସାମିଲ ହେବ ନାହିଁ, ଏ ପର୍ଯ୍ୟନ୍ତ ଚୀନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ସୂଚନା ଅନୁସାରେ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ନେତୃତ୍ୱରେ ନଭେମ୍ବର ୧୦ରେ ଦିଲ୍ଲୀରେ ଏକ ଆଂଚଳିକ ସମ୍ମିଳନୀ ଆୟୋଜିତ ହେବ । ଭାରତରୁ ପଠାଯାଇଥିବା ନିମନ୍ତ୍ରଣକୁ ନେଇ ଏକ ସକାରାତ୍ମାକ ପ୍ରତିକ୍ରିୟା ମିଳିଛି । ଏହା ହେଉଛି ପ୍ରଥମ ବାର୍ତା, ଯେଉଁଠାରେ ଆଫଗାନିସ୍ତାନର ପଡ଼ୋଶୀ ଦେଶ ବ୍ୟତୀତ ମଧ୍ୟ ଏସିଆର ସମସ୍ତ ଦେଶ ଯୋଗ ଦେଉଛନ୍ତି । ସୂତ୍ରରୁ ପ୍ରକାଶ ଯେ, ଏହି ସମ୍ମିଳନୀ ପାଇଁ ଚୀନ୍ ଏବଂ ପକିସ୍ଥାନକୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ଏବଂ ଏ ପର୍ଯ୍ୟନ୍ତ ସେମାନଙ୍କ ଠାରୁ ଏକ ସରକାରୀ ଉତର ଆସି ନାହିଁ । ପାକିସ୍ଥାନର ଏନଏସଏ ଗଣମାଧ୍ୟମ କରହିଛି ଯେ, ସେ ଏହି ସମ୍ମିଳନୀରେ ଯୋଗଦେବ ନାହିଁ । ଏହା ତାଙ୍କର ବୈଦେଶିକ ମନ୍ତ୍ରୀ ମଧ୍ୟ ଏଭଳି ବିବୃତି ଦେଇଛନ୍ତି ।
