ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ଅଧିସୂଚନା ଜାରି
ନୂଆଦିଲ୍ଲୀ : ଉପ ରାଷ୍ଟ୍ରପତି ପଦ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗଦ୍ୱାରା ଉପରାଷ୍ଟ୍ରପତି ନିର୍ବାଚନ ଅଧିନିୟମ ୧୯୫୨ର ଅଧିôସୂଚନା ଜାରୀ କରା ଯାଇଛି । ଉପରାଷ୍ଟ୍ରପତି ୨୦୨୨ ପାଇଁ ଲୋକସଭା ମହା ସଚିବ ଉତ୍ପଳ କୁମାର ସିଂହଙ୍କୁ ରିଟନିଂ ଅଫିସର ଭାବେ ନିଯୁକ୍ତି କରାଯାଇଅଛି । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ୬ ଅଗଷ୍ଟରେ ମତଦାନ ହେବ । ଉପରାଷ୍ଟ୍ରପତି ନିର୍ବଚନ ପାଇଁ ନାମାଙ୍କନ ପତ୍ର ୧୯ ଜୁଲାଇ ପର୍ଯ୍ୟନ୍ତ ଦାଖଲ କରାଯିବ । ନାମାଙ୍କନ ପାଇଁ ଆଶାୟୀ ପ୍ରାର୍ଥିଙ୍କୁ ୧୫ ହଜାର ଟଙ୍କା ଜାମିନ ରାଶି ଜମା କରିବେ । ନାମାଙ୍କନ ପ୍ରତ୍ୟାହାର ନେବାର ତାରିଖ ୨୨ ଜୁଲାଇ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ରହିବ ।
