ନିଜାମପୁର ପ୍ୟାକ୍ସ ନୂତନ ଗୃହ ନିର୍ମାଣର ଶିଳାନ୍ୟାସ କଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଉତ୍ସବରେ ସରପଞ୍ଚଙ୍କ ଅନୁପସ୍ଥିତିକୁ ନେଇ ଅସନ୍ତୋଷ
ଯାଜପୁର : ଦଶରଥପୁର ବ୍ଲକ ନିଜାମପୁର ପଞ୍ଚାୟତ ସ୍ଥିତ ନିଜାମପୁର ପ୍ରାଥମିକ କୃଷି ସମବାୟ ସମିତି ନୂତନ ଗୃହ ନିର୍ମାରର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାପତି ସରୋଜ କୁମାର ସାହୁ ସଭାପତିତ୍ୱରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ସ୍ଥାନୀୟ ବିଧାୟକ ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ୍ ଯୋଗଦେଇ ନୂତନ ଗୃହ ନିର୍ମାଣର ଶିଳାନ୍ୟାସ କରିଥିଲେ । ସମ୍ମାନିତ ଅତିଥିଭାବେ ୬ନଂ ଜୋନ୍ର ଜିଲ୍ଲା ପରିଷଦ ସଭ୍ୟା ମାମିନା ମଲ୍ଲିକ, ୭ନଂ. ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ନିନାରାଣୀ ସାମଲ, ମନ୍ତ୍ରୀଙ୍କ ଜିଲ୍ଲା ପ୍ରତିନିଧି ପ୍ରଦୀପ୍ତ କୁମାର ମହାନ୍ତି । ସ୍ଥାନୀୟ ସମିତି ସଭ୍ୟା ସଶ୍ମିତା ଜେନା, ପୂର୍ବତନ ସରପଞ୍ଚ ପ୍ରଶାନ୍ତ ନାୟକ, କୃଷି ସମବାୟ ସମିତିର ବରିଷ୍ଠ ସଭ୍ୟ ନିର୍ମଳ ବେହୁରିଆ, ପୂର୍ବତନ ସମିତି ସଭ୍ୟା ରୁକ୍ମଣୀ ଦାସ, କମାରଢ଼ିହି ପ୍ୟାକ୍ସ ସଭାପତି ଭାଗିରଥି ସାହୁ, ଶିକ୍ଷାବିତ ଧୃବଚରଣ ସାହୁ, ପୂର୍ବତନ ସରପଞ୍ଚ ପ୍ରଶାନ୍ତ ସାହୁ, ଜିଲ୍ଲା ଯୁବ ବିଜେଡ଼ି ଉପସଭାପତି ବିରଜା ମଲ୍ଲିକ, ଯୁବନେତା ପ୍ରିୟବ୍ରତ ବିଶ୍ୱାଳ, ସମାଜସେବୀ ଅଲେଖ ମଲ୍ଲିକ ପ୍ରମୁଖ ସାମିଲ ହୋଇଥିବା ବେଳେ, ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକଙ୍କର ସମେତ ସମିତି ବୋର୍ଡ଼ର ଅନ୍ୟ କାର୍ଯ୍ୟକତ୍ତା ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ଅପରପକ୍ଷେ ଏହି ଶିଳାନ୍ୟାସ ଉତ୍ସବରେ ନିଜାମପୁର ସରପଞ୍ଚ ଐରଖାରବେଳ ଦାସ, ପୂର୍ବତନ ସରପଞ୍ଚ ସେବତୀ ବାଳା ପରିଡ଼ା, ବରିଷ୍ଠ ବିଜେଡ଼ି ନେତା ଅକ୍ଷୟ ଭୂୟାଁ ଓ ଅନ୍ୟ ବରିଷ୍ଠ ବିଜେଡ଼ି କାର୍ଯ୍ୟକର୍ତ୍ତାଙ୍କ ଅନୁପସ୍ଥିତିକୁ ନେଇ କାର୍ଯ୍ୟକ୍ରମରେ ଅସନ୍ତୋଷ ପରିଲକ୍ଷିତ ହୋଇଥିଲା ।
