ଚର୍ଚ୍ଚାରେ ନୀତିନ ଗଡ଼କାରୀ, ଭାରତର ପ୍ରଥମ ହାଇଡ୍ରୋଜେନ କାର ଯୋଗେ ପହଞ୍ଚିଲେ ସଂସଦ
ନୂଆଦିଲ୍ଲୀ : ହାଇଡ୍ରୋଜନ କାର ନେଇ ଏବେ ଚର୍ଚ୍ଚାରେ କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତୀନ ଗଡକରୀ। ଭାରତର ସଡକରେ ପ୍ରଥମ ଥର ପାଇଁ ଗଡ଼ିଲା ହାଇଡ୍ରୋଜନ କାର । ଆଜି ଏହି ହାଇଡ୍ରୋଜନ କାର ଚଢି ସଂସଦ ଭବନରେ ପହଞ୍ଚିଛନ୍ତି ଗଡକରୀ । ମନ୍ତ୍ରୀଙ୍କୁ ଏହି କାରରେ ଦେଖି ସମସ୍ତେ ତଟକ ପରି ଚାହିଁ ରହିଥିଲେ । ସେଠାରେ ଉପସ୍ଥିତ ଥିବା ଲୋକ ଏହି କାରକୁ ବେଶ୍ ପସନ୍ଦ କରିଛନ୍ତି ।
କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀ ଆଜି ଭାରତର ପ୍ରଥମ ହାଇଡ୍ରୋଜେନ କାର ଯୋଗେ ସଂସଦ ପହଂଚିଛନ୍ତି । ଏହି କାର ଏଡଭାନ୍ସ ସେଲ ଅକ୍ସିଜେନ ଓ ହାଇଡ୍ରୋଜେନ ମିଶ୍ରଣରେ ବିଜୁଳି ଉତ୍ପନ୍ନ କରିଥାଏ । ଭାରତ ପରିବହନ କ୍ଷେତ୍ରରେ ଏହି ଆଡଭାନ୍ସ କାର ଜରିଆରେ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବ ବୋଲି ଗଡ଼କାରୀ ବାର୍ତ୍ତା ପ୍ରଦାନ କରିବାକୁ ଚାହୁଁଛନ୍ତି । କାରଣ ଏହି କାର ଦ୍ୱାରା ପ୍ରଦୂଷଣ ହୋଇନଥାଏ । ଏହି ଆଡଭାନ୍ସ କାରକୁ ଟୋୟଟା କମ୍ପାନୀର ପାୟଲୋଟ ପ୍ରୋଜେକ୍ଟ ଅନ୍ତର୍ଗତ ପ୍ରସ୍ତୁତ କରାଯାଇଛି । ଏହି କାରଟି ସଂସଦରେ ପହଞ୍ଚିବା ପରେ ଲୋକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଥିଲା । ଏହି କାରର ନାମ ‘ମିରାଇ’ ରଖାଯାଇଛି । ହିନ୍ଦୀରେ ଏହାର ଅର୍ଥ ‘ଭବିଷ୍ୟ’ ।
ଏହି କାରର ଖାସିୟତ ହେଉଛି ଏହି କାରଟି ପରିବେଶ ପ୍ରଦୂଷଣ ରୋକିବାରେ ବେଶ ସହାୟକ ହେବ । କାହିଁକି ନା କାରଟିରେ ପେଟ୍ରୋଲ, ଜିଡେଲ ପରିବର୍ତ୍ତେ ସ୍ୱଚ୍ଛ ଇନ୍ଧନ ବ୍ୟବହାର କରାଯାଉଛି । ଟୋୟଟା କମ୍ପାନୀ ଦ୍ୱାରା ଏହି କାରକୁ ପାଇଲଟ ପ୍ରୋଜେକ୍ଟ ଭାବେ ପ୍ରସ୍ତୁତ କରାଯାଇଛି | ଏହି କାରରେ ଆଡଭାନ୍ସ ଫ୍ୟୁଏଲ ସେଲ ବିନିଯୋଗ କରାଯାଇଛି । ଏହା ଫଳରେ ଏହି ଆଡଭାନ୍ସ ସେଲ ଅକ୍ସିଜେନ ଓ ହାଇଡ୍ରୋଜନ ମିଶ୍ରଣରେ ବିଦ୍ୟୁତ୍ ପ୍ରସ୍ତୁତ କରିବ ଓ ଏହି ବିଦ୍ୟୁତ୍ ସହାୟତାରେ କାର ଚାଲିବ | ସାଧାରଣ କାରରୁ ଧୂଆଁ ବାହାରୁ ଥିବା ବେଳେ ଏହି ହାଇଡ୍ରୋଜନ କାରରୁ କେବଳ ବିଷର୍ଜନ ଭାବେ ପାଣି ନିର୍ଗତ ହେବ।
