କରୋନାରେ ମିଲ୍ଖା ସଂହଙ୍କ ପତ୍ନୀ ନିର୍ମଳା କୌରଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ଭାରତୀୟ ମହିଳା ଭଲିବଲ ଟିମ୍ର ପୂର୍ବତନ ଅଧିନାୟକ ତଥା ପ୍ରସିଦ୍ଧ ଧାବକ ମିଲ୍ଖା ସିଂହଙ୍କ ଧର୍ମପତ୍ନୀ ନିର୍ମଳା କୌରଙ୍କ ପରଲୋକ ହୋଇଯାଇଛି । ପଂଜାବର ମୋହାଲିସ୍ଥିତ ଏକ କୋଭିଡ-୧ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ନିର୍ମଳା ଆଖିବୁଜିଛନ୍ତି । କରୋନା ସଂକ୍ରମିତ ହେବା ପରେ ନିର୍ମଳାଙ୍କୁ ଗତମାସ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ସେ ସ୍ୱାମୀ, ଏକମାତ୍ର ପୁତ୍ର ଓ ୩ଟି ଝିଅଙ୍କୁ ଛାଡ଼ି ଚାଲିଯାଇଛନ୍ତି । ଦୁଃଖର ସହିତ କହିବାକୁ ପଡୁଛି ଯେ, ନିର୍ମଳା ମିଲ୍ଖା ସିଂହଙ୍କ ପରଲୋକ ହୋଇଯାଇଛି । କୋଭିଡ ସହିତ ସଂଗ୍ରାମ କରି ସେ ଆଜି ଭୋର ୪ଟାରେ ପ୍ରାଣ ହରାଇଥିଲେ ବୋଲି ମିଲ୍ଖା ସିଂହଙ୍କ ପରିବାରର ମୁଖପାତ୍ରଙ୍କ ସୂତ୍ରରୁ ଗଣମାଧ୍ୟମକୁ ସୂଚନା ମିଳିଛି । ଆଜି ସନ୍ଧ୍ୟାରେ ହେବାକୁ ଥିବା ନିର୍ମଳାଙ୍କ ଅନ୍ତିମ ସଂସ୍କାରରେ ଶିଖ ମିଲଖା ସିଂହ ଅନୁପସ୍ଥିତ ରହିବେ । କାରଣ ମିଲଖା ସିଂହଙ୍କ ଚିକିତ୍ସା ଆଇସିୟୁରେ ଚାଲିଛି ।
ସୂଚନା ଯେ, ଗତ ମେ’ ମାସ ୨୬ ତାରିଖରେ ନିର୍ମଳା କୋଭିଡରେ ପୀଡିତ ହେବା ପରେ ତାଙ୍କୁ ମୋହାଲିର ଫୋର୍ଟିସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାର ୨ ଦିନ ପରେ ଏହି ହସ୍ପିଟାଲରେ ମିଲଖା ସିଂହଙ୍କୁ ଭର୍ତ୍ତି କରାଯାଇଥିଲା । ମିଲଖା ସିଂହଙ୍କ ପତ୍ନୀଙ୍କ ପରଲୋକରେ ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଶୋକ ଜଣାଇଛନ୍ତି । ସେ ମିଲଖାଙ୍କ ପରିବାର ପ୍ରତି ଗଭିର ସମବେଦନା ଜଣାଇଛନ୍ତି ।
