ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅନ୍ଲାଇନ୍ ନାମ ପଞ୍ଜୀକରଣ ଅବଧି ବୃଦ୍ଧି
କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅନ୍ଲାଇନ୍ ନାମ ପଞ୍ଜୀକରଣ ଅବଧି ଅକ୍ଟୋବର ୧୮ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀ ଅକ୍ଟୋବର ୧୮ ମଧ୍ୟରାତ୍ରି ପର୍ଯ୍ୟନ୍ତ ଫି ଓ ଆବେଦନ ଫର୍ମ ଦାଖଲ କରିପାରିବେ।
ଆଗକୁ ଆରମ୍ଭ ହେବାକୁ ଥିବା ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସବ୍ମିଟିଭ୍ ଆସେସ୍ମେଣ୍ଟ-୧ ଏହି ପଞ୍ଜିକରଣ ଆଧାରରେ ପରିଚାଳନା କରାଯିବ। ଏଥି ପାଇଁ ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକରଣ ଜରୁରୀ। ଏହା ପରେ ଆଉ ସମୟସୀମା ବୃଦ୍ଧି କରାଯିବ ନାହିଁ ବୋଲି ବୋର୍ଡ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ପୂର୍ବରୁ ନବମ ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକରଣ ସେପ୍ଟେମ୍ବର ୨୪ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୮ ପର୍ଯ୍ୟନ୍ତ ଅନ୍ତିମ ସମୟସୀମା ଧାର୍ଯ୍ୟ କରାଯାଇଥିଲା।
