ନଭେମ୍ବରରେ ନବମ ଶ୍ରେଣୀର ସମ୍ମେଟିଭ୍ ଆସେସମେଂଟ ପରୀକ୍ଷା
- ନଭେମ୍ବର ୨୨ରୁ ୨୪ ଯାଏଁ ୨ଟି ସିଟିଂରେ ପରୀକ୍ଷା
- ୨୩ରୁ ୩୦ ମଧ୍ୟରେ ଖାତା ଦେଖା ଶେଷ
- ୪୦ ମାର୍କର ପରୀକ୍ଷା ଦେବେ ଛାତ୍ରଛାତ୍ରୀ
କଟକ: ନବମ ଶ୍ରେଣୀ ପ୍ରଥମ ସମ୍ମେଟିଭ୍ ପରୀକ୍ଷା ଆସନ୍ତା ନଭେମ୍ବର ୨୨ ତାରିଖ ଠାରୁ ଆରମ୍ଭ ହେବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବୋର୍ଡର ଅଧ୍ୟକ୍ଷ ରାମାଶିଷ ହାଜରା ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ପରୀକ୍ଷା ତିନି ଦିନ ଚାଲିବ । ଅର୍ଥାତ ନଭେମ୍ବର ୨୪ରେ ସମ୍ମେଟିଭ୍ ପରୀକ୍ଷା ଶେଷ ହେବ । ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଦିନକୁ ୨ଟି ସିଟିଂରେ ପରୀକ୍ଷାର ଆୟୋଜନ କରାଯିବ । ପ୍ରଥମ ସିଟିଂ ସକାଳ ୯ଟାରୁ ୧୦ଟା ଓ ୨ୟ ସିଟିଂ ଦିନ ୧୧ଟାରୁ ୧୨ଟା ଭିତରେ ହେବ । ପ୍ରତି ବିଷୟରେ ୪୦ ମାର୍କର ପରୀକ୍ଷା କରାଯିବାକୁ ବୋର୍ଡ ନିଷ୍ପତି ନେଇଛନ୍ତି । ଏଥିରୁ ୨୦ ମାର୍କ ମଲଟିପୁଲ ରବିବ । ବାକି ୨୦ ମାର୍କ ଦୀର୍ଘ ପ୍ରଶ୍ନ ରହିବ । ଏହି ପରୀକ୍ଷା ପାଇଁ ବୋର୍ଡ ପ୍ରଶ୍ନପତ୍ର ଯୋଗାଇବ । ପ୍ରତେକ ପିଲା ନିଜ ସ୍କୁଲରେ ହିଁ ପରୀକ୍ଷା ଦେବେ । କିନ୍ତୁ ଅନ୍ୟ ସ୍କୁଲରେ ପ୍ରଶ୍ନପତ୍ର ଗୁଡ଼ିକ ଯାଂଚ ହେବ । ପ୍ରଶ୍ନପତ୍ର ଗୁଡ଼ିକ ନଭେମ୍ବର ୨୩ରୁ ୩୦ ମଧ୍ୟରେ ଶେଷ ହେବ ।
