ନୀଳଗିରି ମେଡିକାଲର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା; ଚଟାଣରେ ରୋଗୀ ନୂତନ ନିର୍ମିତ ଓପିଡି ୱାର୍ଡ କାର୍ଯ୍ୟକ୍ଷମ କେବେ ?
ନୀଳଗିରି : ନୀଳଗିରି ମେଡିକାଲ ଏକମାତ୍ର ଉପଖଣ୍ଡ ଡାକ୍ତରଖାନା ଯେଉଁଠାରେ ଅଧିକାଂଶ ରୋଗୀ ଆଦିବାସୀ ସଂପ୍ରାଦାୟର ହୋଇଥାଆନ୍ତି । ଦୈନନ୍ଦିନ ଶହ ଶହ ରୋଗୀ ବହୁ ଦୂରଦୂରାନ୍ତରୁ ଆସି ଏହି ମେଡିକାଲରେ ଚିକିତ୍ସିତ ହୋଇଥାଆନ୍ତି । ଆର୍ଥିକ ଅନାଟନରେ ରୋଗୀହନ୍ତସନ୍ତ ହୋଇ ଧାଇଁ ଆସିଥାଆନ୍ତି ଏହି ମେଡିକାଲକୁ । ମାତ୍ର ଦୁଃଖ ଓ ପରିତାପର ବିଷୟ ସରକାରଏହି ଚିକିତ୍ସାଳୟରେ ନୂତନ ଭାବେ ୫୦ଶଯ୍ୟାବିଶିଷ୍ଟ ଅର୍ନ୍ତବିଭାଗ ଏବଂ ବର୍ହିବିଭାଗର କାର୍ଯ୍ୟ ଦୀଘଁ ୬ମାସ ପୂର୍ବରୁ ସଂପୂର୍ଣ୍ଣ ହୋଇ ସାରିଥିଲେ ମଧ୍ୟ ଏଯାଏଁ କାର୍ଯ୍ୟକ୍ଷମ ହୋଇ ପାରି ନାହିଁ । ଫଲୋର ରୋଗୀ ସେବା ଏଭଳି ବିପର୍ଯ୍ୟସ୍ତ ହୋଇ ପଡ଼ିଛି ଯେ ଏଠାକୁଚିକିତ୍ସା ହେବାକୁ ଆସୁଥିବା ବହୁରୋଗୀ ଏବେ ବେଡ୍ ନ ପାଇ ଚଟାଣରେ ପଡ଼ି ରହିଛନ୍ତି । ଯାହା ଫଳରେ ରୋଗୀ ଏବଂ ରୋଗୀଙ୍କ ସହାୟକଙ୍କ ପାଇଁ ଏବେ ମରଣଯନ୍ତା ପାଲଟିଛି । ଏହି ଉପଖଣ୍ଡ ଚିକିତ୍ସାଳୟରେ ଏବେ ମୋଟ ୭୦ ଶଯ୍ୟା ବିଶିଷ୍ଟ ଶଯ୍ୟା ଥିବା ବେଳେ ଶଯ୍ୟା ତୁଳନାରେ ରୋଗୀ ସଂଖ୍ୟା ଏତେ ଅଧିକ ଯେ ରୋଗୀମାନେ ଚଟାଣରେ ପଡ଼ି ଡହଳବିକଳ ହେଉଛନ୍ତି । ଯେଉଁଠି ଫ୍ୟାନର ମଧ୍ୟ ସୁବିଧା ନାହିଁ । ମେଡିକାଲର ଡାକ୍ତର ଏବଂ ସ୍ୱାସ୍ଥ୍ୟ ସେବିକାଙ୍କ ଅଭାବରୁ ରୋଗୀ ଡାକ୍ତରଙ୍କୁ ଚାହିଁ ଚାହିଁ ଦିନରେ ତାରା ଗଣୁଛନ୍ତି । କିଛି ଦିନ ପୂର୍ବରୁ ବାଲେଶ୍ୱର ଜିଲ୍ଲାପାଳ ମେଡିକାଲ ପରିଦର୍ଶନରେ ଆସି ଖୁବ୍ ଶୀଘ୍ର ନୂତନ ବର୍ହିବିଭାଗ ଏବଂ ଅର୍ନ୍ତବିଭାଗ କାର୍ଯ୍ୟକ୍ଷମ ହେବ ବୋଲି ପ୍ରତିଶୃତି ଦେଇଥିଲେ । ମାତ୍ର ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ନ ହେବା ଫଳରେ ଜନ ଅସନ୍ତୋଷ ବୃଦ୍ଧି ପାଇଛି । ଯଦି ଜିଲ୍ଲାପାଳ ଶୀଘ୍ର ଏଥିପ୍ରତି ଦୃଷ୍ଟି ଦେଇ ନୂତନ ବିଲ୍ଡିଂ କାର୍ଯ୍ୟକ୍ଷମ ହେଲେ ରୋଗୀ ସେବା ସଫଳ ହେବବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି ।ଏ ନେଇ ବିଜେଡି ନେତା ସନ୍ତୋଷ ଖଟୁଆ, ବାଲେଶ୍ୱର ସି.ଡି.ଏମ.ଓ.ଙ୍କ ସହିତ ଆଲୋଚନା କଲା ପରେ ଆଗାମୀ ୭ଦିନ ମଧ୍ୟରେ ନୂତନ ବିଲ୍ଡିଂ କାର୍ଯ୍ୟକ୍ଷମ ହେବା ସହ ନୂଆ ଡି.ଜି. ର ବ୍ୟବସ୍ଥା କରାଯିବ ।
