କଂଗ୍ରେସର ନୀଳଗିରି ଯୋଡ଼ ଜନଜାଗରଣ ସମାବେଶ
ନୀଳଗିରିି : ନୀଳଗିରି ବ୍ଲକ ଅଧୀନ ସଜାନଗଡ଼ ମା’ ଭୂଧାରଚଣ୍ଡି ସମ୍ମୁଖ ପଡ଼ିଆରେ ବୁଧବାର ନୀଳଗିରି କଂଗ୍ରେସ ଯୋଡ଼ ଜନଜାଗରଣ ସମାବେଶ ଅନୁଷ୍ଠିତ ହୋଇଛି । ପୂର୍ବତନ ବିଧାୟକ ଅକ୍ଷୟ କୁମାର ଆଚାର୍ଯ୍ୟଙ୍କ ନେତୃତ୍ୱରେ ନୀଳଗିରିର ପ୍ରତି ପଞ୍ଚାୟତରୁ ହଜାର ହଜାର କଂଗ୍ରେସ କର୍ମୀ ଓ ନେତୃମଣ୍ଡଳୀ ଜନଜାଗରଣ ସମାବେଶରେ ଯୋଗ ଦେଇଥିବା ବେଳେ ଚଣ୍ଡି ମନ୍ଦିର ପ୍ରାଙ୍ଗଣଟି ଜନସମୁଦ୍ର ପାଲଟି ଯାଇଥିଲା । ଅକ୍ଷୟ କୁମାର ଆଚାର୍ଯ୍ୟଙ୍କ ରଣ କୌଶଳ ପାଖରେ ଆଜିର ଜନ ସମୁଦତ୍ର ସମସ୍ତଙ୍କ ନିଦ ହଜେଇ ଦେଇଛି । ନୀଳଗିରି ନିର୍ବାଚନମଣ୍ଡଳୀର ବୁଥ୍ସ୍ତରରୁ କଂଗ୍ରେସ ଦଳକୁ ସୁଦୃଢ଼ କରିବା ପାଇଁ ନୀଳଗିରି ଯୋଡ଼ ଜନଜାଗରଣ ସମାବେଶରେ ଶ୍ରୀ ଆଚାର୍ଯ୍ୟ ଆହ୍ୱାନ ଦେଇଥିଲେ ।
ସମାବେଶରେ ସଦାଶିବ ରଥ ସଭାପତିତ୍ୱ କରିଥିବା ବେଳେ ପଣପଣା ପଞ୍ଚାୟତର ସଭାପତି ବସନ୍ତ କୁମାର ମହାପାତ୍ର, ବାହାନଗା ସଭାପତି ସନାତନ ଜେନା, ଔପଦା ବ୍ଲକ କଂଗ୍ରେସ କମିଟି ସଭାପତି ପର୍ଶୁରାମ ପଲେଇ, ପୂର୍ବତନ ଜିଲ୍ଲା ପରିଷଦ ରୁକ୍ମଣୀ ସିଂ, ପୂର୍ବତନ ଜୋନ୍ ସଭାପତି ଅପର୍ତି ସ୍ୱାଇଁ, ନୀଳଗିରି ବ୍ଲକ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ବେହେରା, ଉପସଭାପତି ସୁରେନ୍ଦ୍ର ଦାସ, କରୁଣାକର ମାଝୀ, ଜିଲା କିଷାନ କଂଗ୍ରେସ କାର୍ଯ୍ୟକାରୀ ସଭାପତି ବିଶ୍ୱନାଥ ଦାସ, ଦୈତାରୀ ମହାଳିକ, ତେନ୍ତୁଳିଆ ପୂର୍ବତନ ସରପଞ୍ଚ ଗୌରହରି ନାୟକ, ସୁଶାନ୍ତ ମହାଳିକ, ସୁଧାରଞ୍ଜନ ମହାପାତ୍ର, ମନୋରଞ୍ଜନ ଲେଙ୍କା, ମଧୁସୂଦନ ପାତ୍ର, ଡମ୍ବରୁଧର ବେହେରା ପ୍ରମୁଖ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଅକ୍ଷୟ କୁମାର ଆଚାର୍ଯ୍ୟଙ୍କ ନୀଳଗିରି ଜନଜାଗରଣ ସମାବେଶରେ ଏତେ ସଂଖ୍ୟକ ଲୋକଙ୍କୁ ଦେଖି ଅନ୍ୟ ନେତୃମଣ୍ଡଳୀ ରାଗରେ ଔଷଧ ବଦଳରେ ତାଟିଆ କାମୁଡ଼ିଥିବାର ଶୁଣିବାକୁ ମିଳୁଛି ।
