ବିଗ୍ବସ୍ରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି କଲେ ନିୟା
- ନିୟାଙ୍କୁ ଘରର ନୂଆ ବସ୍ ଲେଡି ଭାବରେ ଘୋଷଣା କଲା ବିଗବସ୍
ମୁମ୍ବାଇ : ଟିଭି ଇଣ୍ଡଷ୍ଟ୍ରିର ବୋଲ୍ଡ ଅଭିନେତ୍ରୀ ନିୟା ଶର୍ମା ବିଗ୍ବସ୍ ଓଟିଟି ଘରେ ପ୍ରଵେଶ କରିଛନ୍ତି। ଏହି ଶୋ’ରେ ନିୟା ଶର୍ମା ୱାଇଲ୍ଡ କାର୍ଡରେ ଏଣ୍ଟ୍ରିରେ ଆସିଛନ୍ତି। ବିଗବସ୍ ଘରେ ପାଦ ଦେବା ମାତ୍ରେ ଅନ୍ୟ ପ୍ରତିଯୋଗୀମାନଙ୍କ ଉପରେ ଏକ ନୂଆ ପ୍ରକାରର ଧମକା କରିଛନ୍ତି। ବିଗବସ୍ ନିୟାଙ୍କୁ ଘରର ନୂଆ ବସ୍ ଲେଡି ଭାବରେ ଘୋଷଣା କରିଛନ୍ତି। ତାହା ହେଉଛି, ବର୍ତ୍ତମାନ ପରିବାର ସଦସ୍ୟଙ୍କୁ ନିୟାଙ୍କ ନିର୍ଦ୍ଦେଶରେ ନାଚିବାକୁ ପଡ଼ିବ। କେବଳ ଏତିକି ନୁହେଁ, ନିୟାଙ୍କ ସାଙ୍ଗରେ ଏକ ବଡ-ଗେମ୍ ମଧ୍ୟ ଆଣିଛନ୍ତି।
ବିଗବସ୍ ପରିବାର ପାଇଁ ନିୟାଙ୍କର ଏଣ୍ଟ୍ରି ବହୁତ ଆଶ୍ଚର୍ଯ୍ୟ କରିଛି। ଏପରିକି ନେହା ଭାସିନ ଓ ମୁସ୍କାନ ବାଥରୁମ ପାଖରେ ଥାଇ ନିୟାଙ୍କ ପ୍ରବେଶକୁ ନେଇ ବିରକ୍ତ ହେଉଥିବାର ଦେଖାଯାଇଛି। ଏଥି ସହିତ, ନିୟା ଆସିବା ମାତ୍ରେ ସ୍ପଷ୍ଟ କରିଦେଇଥିଲେ ଯେ କେବଳ ପୁଅ ନୁହେଁ, ବରଂ ଦିବ୍ୟା ଅଗ୍ରୱାଲଙ୍କ ସହ ମଦ୍ୟ ସମ୍ପର୍କ ସ୍ଥାପନ କରିପାରନ୍ତି। ଏଥି ସହିତ ନିଆ ଆସିବା ମାତ୍ରେ ଘରର ଲୋକଙ୍କ ମଧ୍ୟରେ ହଇଚଇ ଦେଖାଦେଇଛି ଓ ଘର ବାହାରେ କଣ ଚାଲିଛି ଓ ନିୟାଙ୍କ ଘରେ କଣ କରିବାକୁ ଯାଉଛନ୍ତି ସମସ୍ତେ ଜାଣିବାକୁ ଚେଷ୍ଟା କରୁଛନ୍ତି। ଏହା ସହ ବିଗବସ୍ ଘରେ ଥିବା ପୁଅମାନେ ନିୟାଙ୍କ ବୋଲ୍ଡ ଓ ହଟନେସ୍ ବିଷୟରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳୁଛି। ନିୟାଙ୍କ ଏଣ୍ଟ୍ରିରୁ ଏହା ସ୍ପଷ୍ଟ ହୋଇଛି ଯେ ସେ ବିଗ ଵସ ଘରେ ବହୁତ ବଡ ଧମାକା କରିବାକୁ ଯାଉଛନ୍ତି ଓ ବର୍ତ୍ତମାନ ଶୋ’ରେ ନୂଆ ମୋଡ ସହ ନୂଆ ଜିନିଷ ଦେଖିବାକୁ ମିଳିବ।
