ଆସୁଛି ନୂଆ ଟେଲିକମ୍ ବିଲ୍, ଶସ୍ତା ହେବ ମୋବାଇଲ୍ ଓ ଇଣ୍ଟରନେଟ୍ ସେବା!
ନୂଆଦିଲ୍ଲୀ: ସରକାର ଟେଲିକମ୍ କ୍ଷେତ୍ରକୁ ଅଧିକ ସୁବିଧା ଦେବା ପାଇଁ ଭାରତୀୟ ଟେଲିକମ୍ ବିଲ୍ ୨୦୨୨ ଡ୍ରାଫ୍ଟ ଜାରି କରିଛନ୍ତି । ଏଥିରେ ଟେଲିକମ୍ ସେବାକୁ ଅଧିକ ସୁଲଭ କରିବା ଓ କମ୍ପାନୀଗୁଡିକୁ ଆରାମ ଦେବା ପାଇଁ ଅନେକ ନୂଆ ନିୟମ ସାମିଲ କରାଯାଇଛି । ଟେଲିକମ୍ ବିଭାଗ (ଡଟ୍) କହିଛି ଯେ ନୂଆ ବିଲ୍ ଅନୁଯାୟୀ ଟେଲିକମ୍ ଓ ଇଣ୍ଟରନେଟ୍ ସେବା ପ୍ରଦାନକାରୀଙ୍କୁ ଫି ଓ ଜରିମାନା ଛାଡ କରିବାର ବ୍ୟବସ୍ଥା ରହିଛି । ଏହା ବ୍ୟତୀତ ଯଦି ଟେଲିକମ୍ କିମ୍ବା ଇଣ୍ଟରନେଟ୍ ପ୍ରଦାନକାରୀ ତାଙ୍କ ଲାଇସେନ୍ସ ସମର୍ପଣ କରନ୍ତି, ତେବେ ଫି ତାଙ୍କୁ ଫେରସ୍ତ କରାଯିବ ।
ସୋସିଆଲ ମିଡିଆ ପ୍ଲାଟଫର୍ମରେ ଡ୍ରାଫ୍ଟ ବିଲ୍ ର ଲିଙ୍କ୍ ସେୟାର କରି କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଏହା ଉପରେ ଲୋକଙ୍କ ମତାମତ ଆବଶ୍ୟକ ଓ ଅକ୍ଟୋବର ୨୦ ସୁଦ୍ଧା ଜନସାଧାରଣ ଏହି ବିଲ୍ ଉପରେ ନିଜର ମତାମତ ଦେଇପାରିବେ । ଏହା ପରେ ଏହା ଚୂଡାନ୍ତ ହେବ ।
ପ୍ରସ୍ତୁତ ହୋଇଥିବା ଡ୍ରାଫ୍ଟ ବିଲ୍ ଅନୁଯାୟୀ କେନ୍ଦ୍ର ସରକାର ଟେଲିକମ୍ ଓ ଇଣ୍ଟରନେଟ୍ ସେବା ପ୍ରଦାନକାରୀଙ୍କୁ ଫିରେ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଛାଡ କରି ପାରିବେ । ଏଥିରେ ଏଣ୍ଟ୍ରି ଫି, ଲାଇସେନ୍ସ ଫି, ପଞ୍ଜୀକରଣ ଫି ଓ ଅନ୍ୟାନ୍ୟ ପ୍ରକାରର ଫି ଏବଂ ଚାର୍ଜ ଅନ୍ତର୍ଭୂକ୍ତ ହେବ । ଏହା ବ୍ୟତୀତ ଲାଇସେନ୍ସଧାରୀ ଓ ପଂଜୀକୃତ ସଂସ୍ଥାଗୁଡ଼ିକୁ ମଧ୍ୟ ସୁଧ, ଅତିରିକ୍ତ ଦେୟ ଓ ଜରିମାନା ଛାଡ଼ କରାଯାଇପାରିବ । ଏହି ବିଲରେ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ସମ୍ବାଦଦାତାମାନଙ୍କ ଦ୍ୱାରା ଭାରତରେ ପ୍ରକାଶିତ ଇଣ୍ଟରସେପ୍ଟ ପ୍ରେସ ମେସେଜକୁ ମୁକ୍ତ କରିବାକୁ ପ୍ରସ୍ତାବ ଦିଆଯାଇଛି ।
ବିଲରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଯଦି କୌଣସି ଜନସାଧାରଣ ଜରୁରୀକାଳୀନ ପରିସ୍ଥିତିରେ କିମ୍ବା ଜନସାଧାରଣଙ୍କ ସୁରକ୍ଷା, ସାର୍ବଭୌମତ୍ଵ, ଅଖଣ୍ଡତା କିମ୍ବା ଭାରତର ସୁରକ୍ଷା, ବିଦେଶୀ ରାଜ୍ୟମାନଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ, ଜନସାଧାରଣଙ୍କ ଆଦେଶ କିମ୍ବା ଏକ ଅପରାଧ ପାଇଁ ଉତ୍ତେଜନାକୁ ଦୃଷ୍ଟିରେ ରଖି ଏହା ଛାଡ଼ କରାଯିବ ନାହିଁ । ଡ୍ରାଫ୍ଟ ଅନୁଯାୟୀ, ଏପରି କୌଣସି ପରିସ୍ଥିତିରେ ସରକାର ମେସେଜ ଗୁଡିକୁ ଇଣ୍ଟରସେଫ୍ଟ କରିପାରିବେ କିମ୍ବା ଏହାକୁ ନେଇ ପଚରାଉଚରା ମଧ୍ୟ କରାଯାଇପାରିବ । ଅଧିକାରୀମାନେ ମଧ୍ୟ ଏଭଳି ମାମଲା ଗୁଡ଼ିକୁ ଦେଖିବା ପାଇଁ ସରକାରଙ୍କୁ ଅନୁମତି ଦିଆଯିବ ।
