ବାଲେଶ୍ଵର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ନୂତନ ଏନସିସି ଅଫିସରଙ୍କ ଯୋଗଦାନ
ବାଲେଶ୍ଵର : ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ନୂତନ ଏନସିସି ଅଫିସରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା । ମହାବିଦ୍ୟାଳୟର ବାଣିଜ୍ୟ ବ୍ଲକ ପରିସର ଏନସିସି ଗୃହରେ ଏନସିସି ଆର୍ମି ୱିଙ୍ଗ ପୁରୁଷ ବିଭାଗର ନୂତନ ତାଲିମ ପ୍ରାପ୍ତ ଏନସିସି ଅଫିସର ଆଶିଷ କୁମାର ପଣ୍ଡାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଛି। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସଙ୍ଗୀତା ସାହୁ ଅଧ୍ୟକ୍ଷତା କରି ଶ୍ରୀ ପଣ୍ଡାଙ୍କୁ ପୁଷ୍ପ ଗୁଛ ଦେଇ ସ୍ଵାଗତ କରିବା ସହିତ କ୍ୟାଡେଟ ମାନଙ୍କୁ ଆଗକୁ ଯିବା ପାଇଁ ପ୍ରେରଣା ଦେଇ ଥିଲେ।
କାର୍ଯ୍ୟକ୍ରମର ସଂଯୋଜକ ଏନସିସି ମହିଳା ବିଭାଗର ଅଫିସର ଡ. ବିଦ୍ୟୁତ ପ୍ରଭା ଦାସ ଯୋଗଦେଇ ଏନସିସି ଅଫିସର ଶ୍ରୀ ପଣ୍ଡାଙ୍କୁ ସ୍ଵାଗତ କରିବା ସହିତ କ୍ୟାଡେଟ ମାନଙ୍କର ଉତ୍ତୋରତର ମଙ୍ଗଳ କାମନା କରିଥିଲେ। ନାଭାଲ ୱିଙ୍ଗର ଅଫିସର ପ୍ରଶାନ୍ତ ସାହୁ, ପୂର୍ବତନ ନାଭାଲ ଅଫିସର ଜ୍ୟୋତି ପ୍ରକାଶ ମହାନ୍ତି, ଏନଏସଏସ ଅଫିସର ସୁଶାନ୍ତ ବାଗ ଯୋଗ ଦାନ କରି କ୍ୟାଡେଟ ମାନଙ୍କୁ ପ୍ରେରଣା ଦେଇ ଥିଲେ। ମହାବିଦ୍ୟାଳୟର ପୂର୍ବତନ ଏନସିସି ଅଫିସର ତଥା ଫକୀର ମୋହନ କନିଷ୍ଠ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ରାଉତ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ଏନସିସି କ୍ୟାଡେଟ ମାନଙ୍କ ସହିତ ପୁରାତନ ଏନସିସି କ୍ୟାଡେଟ ମାନେ ସକ୍ରିୟ ଅଂଶଗ୍ରହଣ କରି ପ୍ୟାରେଡ ସହ କାର୍ୟ୍ୟକ୍ରମର ସମାପନ କରିଥିଲେ।
