ଆର୍ଯ୍ୟନଙ୍କ ରିମାଣ୍ଡ ଅବଧି ବଢାଇବନି ଏନସିବି
ମୁମ୍ୱାଇ : ଜାହାଜରେ ଚାଲିଥିବା ଡ୍ରଗ ପାର୍ଟି ଘଟଣାରେ ଗିରଫ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ରାତି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ହେପାଜତରେ କଟିଛି । ଏହାରି ମଧ୍ୟରେ ଆର୍ଯ୍ୟନଙ୍କୁ ବଡ ଆଶ୍ୱସ୍ତି । ଆର୍ଯ୍ୟନଙ୍କ ରିମାଣ୍ଡ ଅବଧି ବଢାଇବନି ଏନସିବି । ଆର୍ଯ୍ୟନ୍ ଖାନଙ୍କୁ ଆଜି ନ୍ୟାୟିକ ହେପାଜତକୁ ପଠାଯିବ । ସେତେବେଳେ ତାଙ୍କ ଓକିଲ ତାଙ୍କ ଜାମିନ ଆବେଦନ କରିବେ । ଡ୍ରଗ୍ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଆର୍ଯ୍ୟନ୍ ଖାନଙ୍କ ବ୍ୟତୀତ ତାଙ୍କ ବନ୍ଧୁ ଅରବାଜ ମର୍ଚାଣ୍ଟ ଏବଂ ଅନ୍ୟ ଜଣେ ଅଭିଯୁକ୍ତ ମୁମୁନ ଧାମଚାଙ୍କୁ ଏନସିବି ଅଧିକାରୀମାନେ ଗିରଫ କରିଛନ୍ତି । ନିଷିଦ୍ଧ ନିଶା ବ୍ୟବହାର, ବିକ୍ରୟ ଏବଂ କ୍ରୟରେ ଜଡିତ ଥିବାରୁ ଆର୍ଯ୍ୟନ ଖାନଙ୍କୁ ରବିବାର ଅପରାହ୍ନରେ ଗିରଫ କରାଯାଇଥିଲା ।
ମୁମ୍ବାଇର ହାଇପ୍ରୋଫାଇଲ୍ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇ ଏନସିବି ହେପାଜତରେ ଥିଲେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ସମେତ ୩ ଜଣ । ମୁମ୍ବାଇ କୋର୍ଟ ଆର୍ଯ୍ୟନ ସମେତ ତିନି ଅଭିଯୁକ୍ତଙ୍କୁ ଗୋଟିଏ ଦିନ ପାଇଁ ଏନସିବି ହେପାଜତକୁ ପଠାଇ ଦେଇଥିଲେ । ଏହି ଘଟଣା ପରେ ସଲମାନ ଖାନ ତାଙ୍କୁ ଭେଟିବା ପାଇଁ ଯାଇଥିଲେ ବୋଲି ଜଣାପଡିଛି । ଏନସିବି ଗିରଫ କରିଥିବା ୮ଜଣଙ୍କ ନାଁ ସାମ୍ନାକୁ ଆସିଛି । ଏମାନେ ହେଉଛନ୍ତି- ମୁନମୁନ ଧମେଚା, ନୁପୁର ସାରିକା, ଇସ୍ମିତ ସିଂ, ମୋହକ ଜୟସ୍ବାଲ, ବିକ୍ରାନ୍ତ ଛୋକର, ଗୋମିତ ଚୋପଡା, ଆର୍ଯ୍ୟନ ଖାନ୍ ଏବଂ ଅରବାଜ୍ ମର୍ଚ୍ଚେଣ୍ଟ । ଡ୍ରଗ୍ସ ଏବଂ ବଲିଉଡ୍ ଲିଙ୍କ୍ ପୁଣି ସାମ୍ନାକୁ ଆସିବା ପରେ ହଇଚଇ ଖେଳି ଯାଇଛି । ସୁନିଲ ସେଟ୍ଟୀ କହିଛନ୍ତି, ଛାପା ପଡିବା ବେଳେ ଅନେକ ଲୋକଙ୍କୁ ଅଟକ ରଖାଯାଏ, ଧରି ନିଆଯାଏ ଏମାନେ ସମସ୍ତେ ଡ୍ରଗ୍ସ ନେଇଥିଲେ, କିନ୍ତୁ ତଦନ୍ତ ରିପୋର୍ଟ ଆସିବା ଯାଏଁ ଅପେକ୍ଷା କରିବା ଆବଶ୍ୟକ । ଫିଲ୍ମ ‘ପଠାନ୍’ ସୁଟିଂ ପାଇଁ ଶାହାରୁଖ ସ୍ପେନ୍ ଯିବାର ଥିଲା । ତେବେ ପୁଅ ଏନିସିବି ଛାପାରେ ପଡିବା ପରେ ଶାହାରୁଖ ମଧ୍ୟ ଅଡୁଆରେ ଫସି ଯାଇଛନ୍ତି ।
ସୂଚନା ଯେ, ମୁମ୍ବାଇରୁ ଗୋଆ ଯାଉଥିବା ଏକ କ୍ରୁଜରେ ଚାଲିଥିବା ରେଭ୍ ପାର୍ଟି ଓ ସେଠାରୁ ଜବତ ହୋଇଥିବା ଡ୍ରଗ୍ସ ମାମଲାରେ ଅଟକ ଥିବା ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଗିରଫ ହୋଇଛନ୍ତି । ଏହାପରେ ତାଙ୍କୁ ଅଦାଲତରେ ପେସ୍ କରାଯିବା ପରେ ଦିନିକିଆ ରିମାଣ୍ଡରେ ପଠାଇ ଦିଆଯାଇଛି। ଏନସିବି ଦୁଇଦିନ ରିମାଣ୍ଡ ଆବେଦନ କରିଥିବା ବେଳେ ଅଦାଲତ ଦିନଟିଏ ପାଇଁ ଅନୁମତି ଦେଇଛନ୍ତି।ଏଥିସହିତ ତାଙ୍କର ଅନ୍ତରଙ୍ଗ ବନ୍ଧୁ ଅରବାଜ୍ ମର୍ଚ୍ଚାଣ୍ଟ, ମୁନମୁନ୍ ଧେମେକା, ନୂପୁର ସାରିକା, ଇସମିତ୍ ସିଂ, ମୋହକ ଜସୱାଲ୍, ବିକ୍ରାନ୍ତ ଚ୍ଛୋକର ଓ ଗୋମିତ୍ ଚୋପ୍ରାଙ୍କୁ ମଧ୍ୟ ଗିରଫ କରାଯାଇଛି। ତେବେ ରବିବାର ଆର୍ଯ୍ୟନ୍ ଖାନ, ଅରବାଜ୍ ମର୍ଚ୍ଚାଣ୍ଟ ଓ ମୁନମୁନ୍ ଧେମେକାଙ୍କ ମେଡିକାଲ ଯାଞ୍ଚ କରାଯାଇଛି। ସେମାନଙ୍କୁ ସନ୍ଧ୍ୟା ୭ଟାରେ କୋର୍ଟରେ ହାଜର କରାଯାଇଥିଲା। ତିନିଜଣ ଅଭିଯୁକ୍ତଙ୍କୁ ଅକ୍ଟୋବର ୪ ପର୍ଯ୍ୟନ୍ତ ଏନସିବି ରିମାଣ୍ଡରେ ନେବ। ଆର୍ଯ୍ୟନ୍ ଖାନଙ୍କ ଓକିଲ ସତୀଶ ମନେସିନ୍ଦେ କହିଛନ୍ତି, “ମୁଁ ମୋର କ୍ଲାଏଣ୍ଟ ଆର୍ଯ୍ୟନ ଖାନଙ୍କ ପାଇଁ ଜାମିନ ଆବେଦନ କରୁଛି। ମୁଁ ଏହାକୁ ଯେକୌଣସି ସମୟରେ ଦାଖଲ କରିପାରେ।” ଏଥିସହିତ ଅରବାଜ୍ ମର୍ଚ୍ଚାଣ୍ଟ ଓ ମୁନମୁନ୍ ଧେମେକାଙ୍କ ଓକିଲ ବି ଜାମିନ ଆବଦେନ କରିଛନ୍ତି।
