ନକ୍ସଲଙ୍କ ଯୋଜନା ପଣ୍ଡ, ୫ କିଲୋ ଓଜନର ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ
ମାଲକାନଗିରି: ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜିଲ୍ଲାରେ ଯବାନଙ୍କ ଦ୍ୱାରା ଏକ ୫ କିଲୋ ଓଜନର ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରାଯାଇଛି । ଦନ୍ତେୱାଡା ଏବଂ ସୁକମା ରାସ୍ତାରେ ୨୩୧ ସିଆରପିଏଫ ଯବାନ କୁମ୍ବିଂ କରୁଥିବା ବେଳେ କୁଣ୍ଡସାବାଲି କ୍ୟାମ୍ପ ନିକଟରେ ହିଁ ନକ୍ସଲ ୫ କିଲୋ ଓଜନର ଏକ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ । ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏହି ଲ୍ୟାଣ୍ଡମାଇନକୁ ଠାବ କରିଥିଲେ । ପରେ ବୋମା ନିଷ୍କ୍ରିୟ ଦଳ ଘଟଣାସ୍ଥଳରେ ପହଂଚି ବୋମାକୁ ନିଷ୍କ୍ରିୟ କରିଥିଲା । ଯବାନଙ୍କୁ ଟାର୍ଗେଟ କରିବା ପାଇଁ ନକ୍ସଲ ଏହି ଲ୍ୟାଣ୍ଡମାଇନ ପୋତିଥିଲେ ।ଏହି ଘଟଣା ଜଂଗରଗୁଣ୍ଡା ଥାନା ଅଂଚଳରେ ଘଟିଛି । ତେବେ ଏହି ଲ୍ୟାଣ୍ଡମାଇନର ବିସ୍ଫୋରଣ ଏତେ ଜବରଦସ୍ତ ଥିଲା ଯେ ସେଠାରେ ଥିବା ଗଛଗୁଡିକ ହଲିଯାଇଥିଲା । ଗତ ୨୪ ତାରିଖରେ ସୁକମାରେ ପୁଲିସ ଏବଂ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ୨ ଜଣ ନକ୍ସଲ ମୃତ୍ୟୁବରଣ କରିଥିଲେ ।
