କଂଗ୍ରେସ ଦଳକୁ ଚିଲ ସହ ତୁଳନା କଲେ ନବଜ୍ୟୋତି ପଟ୍ଟନାୟକ
କର୍ମୀ ସମ୍ମିଳନୀରେ ଏକଜୁଟ ହୋଇ କାମ କରିବାକୁ ଦେଲେ ଆହ୍ୱାନ
ବାଲେଶ୍ଵର : କଂଗ୍ରେସ ଦଳକୁ ଚିଲ ସହ ତୁଳନା କରିଛନ୍ତି ଦଳର ଅନ୍ୟତମ ନେତା ନବଜ୍ୟୋତି ପଟ୍ଟନାୟକ ଏବଂ ସଦର ବ୍ଲକ ତରଫରୁ ବିରାଟ ମୋଟରସାଇକେଲ ରାଲିରେ ତାଙ୍କୁ ପାଛୋଟି ନେଇଯାଇଥିଲେ ମଞ୍ଚ ନିକଟକୁ । ବାଲେଶ୍ଵର ସଦର ବ୍ଲକର ପଚିଶ ନମ୍ବର ଜୋନର ବୁଆଁଳ ପଂଚାୟତରେ ଆୟୋଜିତ କର୍ମୀ ସମ୍ମିଳନୀ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ ଉଚ୍ଚ ଆକାଶରେ ଉଡି ବୁଲୁ ଥିବା ଚିଲ ଶିକାରକୁ କିଭଳି ସିଧା ସଳଖ ଝାମ୍ପି ନିଏ ସେ ସମ୍ପର୍କରେ ସୂଚନା ଦେବା ସହ ସତୁରି ବର୍ଷ ବଞ୍ଚି ରହୁଥିବା ଚିଲ ନିଜର ଶକ୍ତି କୁ କିଭଳି ବୃଦ୍ଧି କରେ ସେ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ ।
ସଦର ବ୍ଲକ ସଭାପତି ଜୟକୃଷ୍ଣ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କର୍ମୀ ସମାବେଶରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଏବେ ଆମ କୁ ଚିଲ ଭଳି ଅଧିକ ଶକ୍ତିଶାଳୀ ହେବାକୁ ପଡିବ । ନୂଆ ନଖ, ନୂଆ ପର, ନୂଆ ଥଣ୍ଟ ପ୍ରସ୍ତୁତ କରିବାକୁ ପଡିବ । କେବଳ କର୍ମୀ ମାନେ ଏକ ଜୁଟ ହେଲେ ଦଳ ଶକ୍ତି ଶାଳୀ ହୋଇପାରିବ । ସରକାର ଲୋକଙ୍କୁ ମାଗଣା ଚାଉଳ, ଛତା, ଜୋତା ଦିଅନ୍ତୁ ଆପତ୍ତି ନାହିଁ । ହେଲେ ରାଜ୍ୟର ବିକାଶ ପାଇଁ ପ୍ରଥମେ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଅନ୍ତୁ । ସମ୍ମାନର ସହ ଓଡ଼ିଆ ଜାତି କିଭଳି ମୁଣ୍ଡ ଉପରକୁ ଟେକି ବଞ୍ଚି ପାରିବ ଓ ଜାତିର ଗୌରବ ଓ ସମ୍ମାନ ବୃଦ୍ଧି ପାଇବ ସେଥି ପ୍ରତି କଂଗ୍ରେସ ଦଳ ଧ୍ୟାନ ଦେଉଛି । ଏହି ଅବସରରେ ଜିଲା ସଭାପତି ସଞ୍ଜୀବ ଗିରି, ପିସିସି ସମ୍ପାଦକ ଅର୍ଚ୍ଚନା ନନ୍ଦୀ, ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଜ୍ଞା ପାରମିତା ମହାନ୍ତି, ବିକାଶ ଦାସ ଉଦବୋଧନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରୁ ୨୫ନମ୍ବର ଜୋନର ଜିଲା ପରିଷଦ କଂଗ୍ରେସ ପାର୍ଥି ଜୟକୃଷ୍ଣ ଦାସ, ଜିଲା କଂଗ୍ରେସ ଉସଭାପତି ସକ୍ କମୁଳ ଅଲି ଖାଁ, ଜିଲା ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ, ବିଜୟ ମାଝୀ, ବିଦ୍ୟାଧର ମହାନ୍ତି ।
