ଲଷ୍ମୀପ୍ରିୟା ମହିଳା ମହାବିଦ୍ୟାଳୟର ୨୬ ତମ ପ୍ରତିଷ୍ଠା ଦିବସ ଅବସରରେ ଜାତୀୟ ସେବା ଶିବିର ଉଦ୍ଘାଟିତ
ବାଲିଆପାଳ : ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ଲଷ୍ମୀପ୍ରିୟା ମହିଳା ମହାବିଦ୍ୟାଳୟର ୨୬ ତମ ପ୍ରତିଷ୍ଠା ଦିବସ ଅବସରରେ ଶୁକ୍ରବାର ଜାତୀୟ ସେବା ଶିବିର ଉଦ୍ଘାଟିତ ହୋଇଛି । ମହାବିଦ୍ୟାଳୟର ଯୁକ୍ତ୨ର ଅଧ୍ୟକ୍ଷା ସୁଦିପ୍ତା ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମହାବିଦ୍ୟାଳୟ ପ୍ରତିଷ୍ଠାତା ତଥା ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତି ମୁଖ୍ୟଅତିଥି ଭାବରେ ଯୋଗଦେଇ ଉତ୍ସବକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରି ଅନୁଷ୍ଠାନ ଗଢ଼ିବା ଯେତିକି କଷ୍ଟକର ବ୍ୟାପାର ତାକୁ ରକ୍ଷଣାବେକ୍ଷଣା କରି ସ୍ଥାୟିତ୍ୱ ବିଷୟରେ ଚିନ୍ତା କରିବା ସେହିପରି କଷ୍ଟକର । ସେଥିପାଇଁ ଅନୁଷ୍ଠାନର ପ୍ରତିଟି ବ୍ୟକ୍ତିର ତ୍ୟାଗ ରହିବା ଦରକାର । ଏ ଦିଗରେ ସମସ୍ତେ ଅଙ୍ଗୀକାରବଦ୍ଧ ହୋଇ କାର୍ଯ୍ୟ କଲେ ଅନୁଷ୍ଠାନ ଚିରସ୍ଥାୟୀ ହୋଇ ରହିବ ବୋଲି ପ୍ରକାଶ କରିଥିଲେ ।
ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ତଥା ପ୍ରୋଗ୍ରାମ ଅଫିସର ରମେଶ ଚନ୍ଦ୍ର ପଣ୍ଡା ବେଦ ପାଠ କରିବା ସହିତ ଜାତୀୟ ସେବା ଶିବିରରେ ହେବାକୁ ଥିବା ୭ଦିନର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ । ବରିଷ୍ଠ ଅଧ୍ୟାପକ ବୀରେନ୍ଦ୍ର ବେହେରା ଅତିଥି ପରିଚୟ ଦେଇଥିବା ବେଳେ ରାଜେନ୍ଦ୍ର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଯୁକ୍ତ୩ର ଅଧ୍ୟକ୍ଷ ଅନ୍ନପୂର୍ଣ୍ଣା ମଲ୍ଲିକ, ନିଗମାନନ୍ଦ ବେହେରା, ଅଧ୍ୟାପିକା ପୁଷ୍ପାଞ୍ଜଳି ଆଚାର୍ଯ୍ୟ, ନମିତା ଭୂୟାଁ, ଅପର୍ଣ୍ଣା ମାଝି, ଅଧ୍ୟାପକ ଉତ୍ତମ ମାହାନା ପ୍ରମୁଖ ଏହି ଅବସରରେ ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟ କିରାଣୀ ସୁଶାନ୍ତ ମହାପାତ୍ର, ଶ୍ରୀଲେଖା ପାତ୍ର, ସନ୍ୟାସି ବେହେରା, ସୁବାସିନୀ ପାତ୍ର, ବିନୋଦ ବେହେରା, ମାନସ ଜେନା, ଦିଗମ୍ବର ରଣା, ମୁରଲୀଧର ସାହୁ, ଶମ୍ଭୁନାଥ ନନ୍ଦୀ ପ୍ରମୁଖ ସହଯୋଗ କରିଥିଲେ ।
