ଜାତୀୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତା ; ଦେବୀ ଙ୍କୁ ତିନି ସ୍ୱନ୍ନ ଗୋଟିଏ ରୈାପ୍ୟ
ବାରିପଦା : ଚଳିତ ମାସ ମହାରାଷ୍ଟ୍ର ର ନାଗପୁର ଠାରେ ଅନୁଷ୍ଠିତ ହୋଇଥିବା ଜାତୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ମୟୁରଭଞ ଜିଲାରୁ ଦେବୀ ସିଂ ଓଡିଶା ରାଜ୍ୟ ତରଫରୁ ପ୍ରତିନିଧିତ୍ୱ କରି ସଫଳତା ଲାଭ କରିଛନ୍ତି । ଦେବୀ ସିଂ ୬୬ କେଜି ବର୍ଗରେ ତିନି ଗୋଟି ସ୍ୱନ୍ନ ପଦକ ସହ ଗୋଟିଏ ରୈାପ୍ୟ ପଦକ ପାଇଛନ୍ତି । ଦେବୀ ଙ୍କୁ ସ୍କ୍ୱାଟ ଏବଂ ବେଞ୍ଚପ୍ରେସ ରେ ସ୍ୱନ୍ନ , ଡେଡଲିଫ୍ଟରେ ରୈାପ୍ୟ ପଦକ ମିଳିଥିବା ବେଳେ ସର୍ବମୋଟରେ ମଧ୍ୟ ସ୍ୱନ୍ନ ପଦକ ଲାଭ କରିଛନ୍ତି । ଏଥି ସହିତ ବେଞ୍ଚପ୍ରେସରେ ଜାତୀୟ ରେକର୍ଡ ସ୍ଥାପନ ସ୍ଥାପନ କରିଛନ୍ତି । ସୂଚନା ଯୋଗ୍ୟକି ଦେବୀ ସିଂ ପୂର୍ବରୁ ମଧ୍ୟ ବହୁବାର ରାଜ୍ୟ ଏବଂ ଜାତୀୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ସଫଳତା ହାସଲ କରିବା ସହ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ଏଥି ସହିତ ଷ୍ଟ୍ରଙ୍ଗ ଅମେନ ଅଫ ଓଡିଶା ଏବଂ ଷ୍ଟ୍ରଙ୍ଗ ଅମେନ ଅଫ ଇଣ୍ଡିଆ ଆଖ୍ୟା ମଧ୍ୟ ଅର୍ଜନ କରିଛନ୍ତି । ଦେବୀ ସିଂ ଙ୍କ ଏହି ସଫଳତା ଲାଗି ମୟୁରଭଞ ଶକ୍ତି ଉତ୍ତୋଳନ ସଂଘ ର ସଂପାଦକ ନବ କୁମାର ସାହୁ ଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ରବିନ୍ଦ୍ର କୁମାର ମହାନ୍ତି , ସତ୍ୟବ୍ରତ ବେହେରା , ରାଜେନ୍ଦ୍ର କୁମାର ପରିଡା , ସୁମିତ ସାହୁ ପ୍ରମୁଖ ଶୁଭେଛା ଜଣାଇବା ସହ ତାଙ୍କୁ ମୟୁରଭଞ ଜିମ୍ନାସିୟମ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଅଛି ।
