ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଜାତୀୟ ପେନସନ ଦିବସ
ବାଲେଶ୍ୱର : ବାଲେଶ୍ୱର ଜିଲା ଅବସରପ୍ରାପ୍ତ କର୍ମଚାରୀ ସଂଘ ସମ୍ମିଳନୀ କକ୍ଷରେ ଶନିବାର ୪୧ତମ ପେନସନ ଦିବସ ପାଳନ ହୋଇଯାଇଛି । ସଂଘର ସଭାପତି ଇଂ. ବନମାଳୀ ନାୟକ ବୈଠକରେ ଅଧ୍ୟକ୍ଷତା କରି ପେନସନ୍ ଦିବସ କାହିଁକି ପାଳନ କରାଯାଏ ଏବଂ କେଉଁ ସମୟରେ ପେନସନର୍ସମାନଙ୍କ ପାଇଁ ଆଇନ୍ରେ ସୁବିଧା ସୁଯୋଗ ଦିଆଯାଇଛି କହିଥିଲେ ।
ଏହି ଅବସରରେ ଜିଲା କୋଷାଗାର ଅଧିକାରୀ କାଶୀନାଥ ମାଝୀ, ଷ୍ଟେଟ୍ବ୍ୟାଙ୍କ୍ ମୁଖ୍ୟ ଶାଖାର ପରିଚାଳକ ହେମନ୍ତ ବେହେରା, ୟୁକୋ ବ୍ୟାଙ୍କର ସିନିୟର୍ ମ୍ୟାନେଜର ଶେଖ ନାୟାଜୁଦ୍ଦିନ୍ ଯୋଗଦେଇ ପେନସନ୍ଭୋଗୀଙ୍କ ସମସ୍ୟା ଓ ସମାଧାନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରାଞ୍ଜଳ ଭାବରେ ଅଧିକାରୀବୃନ୍ଦ ବୁଝାଇଥିଲେ । ସଂଘର ବରିଷ୍ଠ ଉପଦେଷ୍ଟା ଧୀରେନ୍ଦ୍ର ନାରାୟଣ ଦାସ, କାର୍ଯ୍ୟକାରୀ ସଭାପତି ଇଂ. ଗୌରାଙ୍ଗ ସାହୁ, ଉପସଭାପତି ଇଂ. ସୁରେନ୍ଦ୍ର ନାଥ ଦାସ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପାଦକ ବସନ୍ତ ନାୟକ, ଯୁଗ୍ମ ସମ୍ପାଦକ ସୁଦର୍ଶନ ଦାସ, ସଂଗଠନ ସମ୍ପାଦକ ସୁଜିତ୍ କୁମାର ଜେନା, ଅର୍ଥ ସମ୍ପାଦକ ଦାମୋଦର ନାୟକ, ସଦସ୍ୟ ଭବେଶ ଚନ୍ଦ୍ର ପଣ୍ଡା, ସେକ୍ ଆଲ୍ଲାଉଦ୍ଦିନ୍, କ୍ଷେତ୍ରମୋହନ ନାୟକ ସହଯୋଗ କରିଥିଲେ । ଅବସରପ୍ରାପ୍ତ ସହକାରୀ ଅର୍ଥ କମିଶନର ଦୀନେଶ ନାୟକ ପେନସନର୍ସମାନଙ୍କ ସମସ୍ୟାର ସରଳୀକରଣ ପାଇଁ ସୁଚିନ୍ତିତ ମତ ଦେଇଥିଲେ । ବସ୍ତା ଶାଖା ଓ ଉତ୍ତର ରେମୁଣା ଶାଖାର ସମ୍ପାଦକ ଯୋଗ ଦେଇଥିଲେ । ଜ୍ଞାନେନ୍ଦ୍ର ସାହୁ, ପଦ୍ମଲୋଚନ ଦତ୍ତ, ଭାଗବତ ପାଣିଗ୍ରାହୀ, ବେଣୁଧର ସାହୁ, ବାସନ୍ତୀ ପଣ୍ଡା, ଦେବେନ୍ଦ୍ର ଚୌଧୁରୀ, ଉଦୟନାରାୟଣ ଦାସ, ଶଚୀନ୍ଦ୍ର ଦାସ, ଡ. ଶିରୀଶ ଚନ୍ଦ୍ର ଜେନା, ଲୋକନାଥ ଆଚାର୍ଯ୍ୟ, ସୀତାରାମ ପ୍ରଧାନ, ଶତ୍ରୁଘ୍ନ ପଣ୍ଡା, ରବୀନ୍ଦ୍ର ପ୍ରଧାନ, ଇଂ. ହୃଷିକେଶ ସାହୁ, ବିଷ୍ଣୁଚରଣ ପାଢ଼ୀ, ଅରୁଣା ରାୟ, ରୀତା ରାୟ, ଜ୍ୟୋତ୍ସ୍ନା ରାୟ, କଳ୍ପନା ଦାସ, ଶୋଭନା ମିଶ୍ର, ଲକ୍ଷ୍ମୀପ୍ରିୟା ଜେନା, ପ୍ରତିମା ପଣ୍ଡା, ଡ. କ୍ଷିତୀଶ୍ୱର ଦାଶ, ରମେଶ ଜେନା, ବୀରେନ୍ଦ୍ର ନାରାୟଣ ପ୍ରହରାଜ, କୈଳାସ ଚନ୍ଦ୍ର ପରିଡ଼ା, ଯୁଧିଷ୍ଠିର ନନ୍ଦ ଉପସ୍ଥିତ ଥିଲେ । ଶେଷରେ ଯୁଗ୍ମ ସମ୍ପାଦକ ସୁଦର୍ଶନ ଦାସ ଧନ୍ୟବାଦ ଦେଇଥିଲେ ।
