ବିଷାକ୍ତ ମଦ ପିଇ ହୋଇଥିବା ମୃତ୍ୟୁ ଉପରେ ରାଷ୍ଟ୍ରୀୟ ମାନବାଧିକାର ଆୟୋଗ ବିହାର ସରକାରଙ୍କୁ ନୋଟିସ୍
ନୂଆଦିଲ୍ଲୀ : ରାଷ୍ଟ୍ରୀୟ ମାନବାଧିକାର ଆୟୋଗ(ଏନ୍ଏଚ୍ଆର୍ସି) ବିହାରର ସାରଣ ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇବା ଦ୍ୱାରା କେତେକ ଲୋକଙ୍କ ମୃତ୍ୟୁରେ ସ୍ୱତଃ ସଂଜ୍ଞାନ ନେଇଛନ୍ତି । ଆୟୋଗ ଶୁକ୍ରବାର ଦିନ ଏହି ମାମଲାରେ ବିହାରର ମୁଖ୍ୟ ସଚିବ ଏବଂ ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ନୋଟିସ୍ ଜାରି କରି କାର୍ଯ୍ୟାନୁଷ୍ଠାନର ବିବରଣୀ ମାଗିଛନ୍ତି । ଏହାସହିତ ଏହି ଘଟଣାରେ ମୃତକଙ୍କ ପରିବାର ଏବଂ ହସ୍ପିଟାଲରେ ଚିକିତ୍ସିତ କରାଯାଉଥିବା ଲୋକଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ସାହାଯ୍ୟର ମଧ୍ୟ ବ୍ୟୋରା ମାଗିଛନ୍ତି ।
